Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ବାଙ୍କୀ ଥାନା ଅନ୍ତର୍ଗତ ସରଣ୍ଡା ଫାଣ୍ଡି ଅଧିକାରୀଙ୍କୁ ମଦ ବେପାରୀଙ୍କ ଆକ୍ରମଣ

26/11/2018 at 3:42 PM

ବାଙ୍କୀ ୨୬|୧୧:  ବାଙ୍କୀ ଥାନା ଅନ୍ତର୍ଗତ ସରଣ୍ଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ମଦ ବେପାରୀଙ୍କ ଆକ୍ରମଣ । ଆଠଗଡ ତିଗିରିଆ ଅଂଚଳରୁ ଆସି ବାଙ୍କୀ ଅଂଚଳରେ ଚୋରାରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ସରଣ୍ଡା ଫାଣ୍ଡି ଅଧିକାରୀଙ୍କ ଓ ତାଙ୍କ ଟିମ୍ ପୋଲିସ ପେଟ୍ରୋଲିଂ ସମୟରେ ଧରା ପଡିଥିଲେ ଚୋରା ମଦ ବେପାରୀ । ୨୦ଲିଟର ଦେଶୀମଦ ଜବତ କରିବା ସହ ଅଭିଯୁକ୍ତ ଜିତୁ ବେହେରାଙ୍କୁ ଧରି ସରଣ୍ଡା ପୋଲିସ ଗାଡିରେ ବସାଇବା ସମୟରେ ପାଖରେ ଥିବା ଅଭିଯୁକ୍ତଙ୍କ ବାପା ନରଣ ବେହେରା ସହିତ ତାର ଅନ୍ୟ ଜଣେ ପୁଅ ଗଜି ବେହେରା ମିଶି ଫାଣ୍ଡି ଅଧିକାରୀଙ୍କ ପଛପଟୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଆହତ ଫାଣ୍ଡି ଅଧିକାରୀଙ୍କୁ ଅନ୍ୟ ସାଥିରେ ଥିବାପୋଲିସ ଦୁଇ ଜଣ ଉଦ୍ଧାର କରିବା ସମୟରେ ଫାଣ୍ଡି ଅଧିକାରୀଙ୍କ ଠାରୁ ମୋବାଇଲ ଛଡାଇ ନେଇଥିବା ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜରି ରଖିଛି । ଫାଣ୍ଡି ଅଧିକାରୀ ସୁସ୍ଥ ଥିବାବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

   Related Posts