୨୪ ବର୍ଷ ବୟସରେ ଚାରିଜଣଙ୍କ ସହ ରିଲେସନରେ ରହିସାରିଲେଣି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍

Published By : Prameya-News7 Bureau | August 15, 2019 IST

ମୁମ୍ବାଇ୧୫|୮: ବଲିଉଡର ଛୋଟ ନବାବ ସୈଫ ଅଲୀ ଖାନ ଓ ଅମୃତା ସିଂହଙ୍କ ଗେହ୍ଲା ଝିଅ ସାରା ଅଲୀ ଖାନଙ୍କ ୨୪ତମ ଜନ୍ମଦିନ ଗତକାଲି ଥିଲା। କୁଲି ନମ୍ବର ଓ୍ବାନ ଫିଲ୍ମ ସେଟରେ ତାଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥିଲା। ଏହି ପାର୍ଟିରେ କାର୍ତ୍ତିକ ଆରିୟାନ ପହଞ୍ଚିଥିଲେ। ସାରାଙ୍କ ଆଫେୟାର ସଂପର୍କରେ ଆପଣ ଜାଣିଥିବେ ହେଲେ ଏମିତି କିଛି ଘଟଣା ଅଛି ଯାହା ଆପଣ ଜାଣି ନଥିବେ।

{"id":144584}

ସାରାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ହୁଏତ ବହୁ କମ ଲୋକ ଜାଣିଥିବେ। ବୀର ପହାଡିଆ ନାମକ ଯୁବକଙ୍କ ସହ ତାଙ୍କର ମଧ୍ୟ ଆଫେୟାର ଚାଲିଥିଲା। ସେହି ସମୟରେ ସାରା ବଲିଉଡରେ ପାଦଥାପି ନଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ହେଉଛନ୍ତି ବୀର ପହାଡିଆ। ଏହି କଥାର ପର୍ଦ୍ଦାଫାଶ ସାରା ଅଲୀ କରଣ ଜୌହର ଟକ୍‌ ସୋ କଫି ୱିଥ୍‌ କରନରେ କହିଥିଲେ। ଏଥିସହ ବୀର ପହାଡିଆ ଓ ସାରା ଅଲୀଙ୍କ ଏକାଠି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସୂଚନାଯୋଗ୍ୟ ଯେ,  ବଲିଉଡରେ ନୂଆକରି ପାଦ ଥାପିଥିବା ଇଶାନ ଖତ୍‌ରଙ୍କ ସହ ସାରାଙ୍କ ମଧ୍ୟ ଘନିଷ୍ଠ ବନ୍ଧୁତା ଥିଲା। ଏହି ବନ୍ଧୁତାରୁ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବଲିଉଡକୁ ସାରା ଏଣ୍ଟ୍ରିକରିବା ପୂର୍ବରୁ ଇଶାନଙ୍କ ସହ ତାଙ୍କର ଆଫେୟାର ଚାଲିଥିଲା।

{"id":144585}

ବଲିଉଡ ହ୍ୟାଣ୍ଡସମ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲୀଙ୍କ ଆଫେୟାର ସଂପର୍କରେ ମିଡିଆରେ ବେଶ କିଛି ଚର୍ଚ୍ଚା ଲାଗି ରହିଥିଲା। କେଦାର ନାଥ ଫିଲ୍ମ ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ  ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପାଖାପାଖି ଦେଢ଼ ବର୍ଷ ଉଭୟଙ୍କ ମଧ୍ୟରେ ସଂପର୍କ ଥିଲା। ଦେଢ଼ ବର୍ଷ ପରେ ଉଭୟଙ୍କର ସଂପର୍କର ପୂର୍ଣ୍ଣଛେଦ ପଡିଥିଲା। ସାରା ଅଲୀଙ୍କଠାରୁ ସୁଶାନ୍ତ ସିଂହ ୯ ବର୍ଷ ବଡ ଥିଲେ। ସାରାଙ୍କୁ ଯେତେବେଳ ୨୪ ବର୍ଷ ସେତେବେ​‌ଳେ ସୁଶାନ୍ତ ସିଂହଙ୍କୁ ୩୩ ବର୍ଷ।

{"id":144586,"width":551,"height":688}

ସେହିପରି ଗାର୍ଲପ୍ରେଣ୍ଡ ଜନ୍ମଦିନରେ କାର୍ତ୍ତିକ ଆରିୟାନ ମୁମ୍ବାଇରୁ ବ୍ୟାଙ୍କକରେ ହେଉଥିବା କୁଲି ନମ୍ବର ସୁଟିଂ ସେଟରେ ପହଞ୍ଚିଯାଇଥିଲେ। ଲଭ ଆଜ କଲ ୨ ଫିଲ୍ମରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କରଣ ଜୋହରଙ୍କ ଟକ ସୋ ରେ ସାରା ଅଲୀ ନିଜ ସଂପର୍କରେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.