Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପୁଣି ଏକାଠି ନଜର ଆସିବେ ସାରା ଅଲି ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ

30/06/2021 at 9:35 PM

ମୁମ୍ବାଇ ୩୦।୦୬: ସାରା ଅଲ୍ଲି ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନ୍ ଦୁହିଁଙ୍କୁ ପୁଣି ଥରେ ଫିଲ୍ମରେ ଦେଖିବାକୁ ମିଳିପାରେ। ପୂର୍ବରୁ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ ଅନ-ସ୍କ୍ରିନରେ ନଜର ଆସିବେ ଏହି ଯୋଡି । ଦର୍ଶକ ଏହି ଯୋଡିକୁ ଅନ-ସ୍କ୍ରିନ ସହ ଅଫ୍-ସ୍କ୍ରିନରେ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି।  ନିକଟରେ ଦୁହିଁଙ୍କୁ ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ଘରକୁ ଏକାଠି ଯିବାର ଦେଖିବାକୁ ମିଳିଥିଲା । ବୋଧ ହୁଏ ଦୁହେଁ ଆଗାମୀ ଚଳଚ୍ଚିତ୍ର ପାଇଁ ଏକାଠି ହେବା ନେଇ କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ସାଜିଦ ନାଡିଆୱାଲାଙ୍କ ଦ୍ୱାରା ନିର୍ମିତ ଏକ ରୋମାଣ୍ଟିକ ଚଳଚ୍ଚିତ୍ର ପାଇଁ ହ୍ୟାଣ୍ଡସମ୍ କାର୍ତ୍ତିକ ଆର୍ଯ୍ୟନ ଓ ସାରା ଅଲି ଖାନ ପୁଣି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଛି। ରିର୍ପୋଟ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ସାରାଙ୍କୁ ନେଵା ପାଇଁ  ଆଗ୍ରହୀ ଏବଂ ବର୍ତ୍ତମାନ ଫିଲ୍ମ ପାଇଁ ତାଙ୍କ ନିକଟକୁ ଯିବାକୁ ମଧ୍ୟ ଯୋଜନା କରାଯାଉଛି। ପୂର୍ବରୁ ସାରା ଏବଂ କାର୍ତ୍ତିକ ଲଭ ଆଜ୍ କଲ-୨ ରେ ଏକାଠି କାମ କରି ସାରିଛନ୍ତି । ଯାହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ଦୁହିଁଙ୍କର ଅନ-ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏତେବେ ଫିଲ୍ମ ନିର୍ମାତା ସାଜିଦ ନାଡିଆୱାଲା କାର୍ତ୍ତିକଙ୍କ ସହ ‘ସତ୍ୟନାରାୟଣ କି କଥା’ ନାମକ ଏକ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମ ଶେଷ କରିବା ପରେ କାର୍ତ୍ତିକ ରୋହିତ ଧାୱନଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ କାମ କରିବେ ବୋଲି ଶୁଣିବାକୁ ମିଳୁଛି । 

   Related Posts