'ସରାଫତ୍‌'ଙ୍କୁ ନିର୍ଧୁମ ମାଡ଼...

Published By : Prameya-News7 Bureau | July 20, 2020 IST

ଜୟପୁର୨୦/୭: ଏକାସାଙ୍ଗରେ ଯାଇଥିଲେ, ପୁଣି ଏକା ସାଙ୍ଗରେ ଚୋରି ମଧ୍ୟ କଲେ। ହେଲେ ଜ୍ବାଇଁ ଖସିଗଲେ କିନ୍ତୁ ଶ୍ବଶୁର ଧରା ପଡି ନିର୍ଧୁମ ଛେଚା ଖାଇଲେ। ଜିନିଷ କିଣିବା ବେଳେ ଦୋକାନାର କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଝାମ୍ପି ନେଇ ଫେରାର ହେବା ବେଳେ ଧରା ପଡିଗଲେ ଶ୍ବଶୁର ଆଉ ଜ୍ବାଇଁ। ହେଲେ ୨ ଜଣ ଯେଉଁ ଯୋଜନା କରିଥିଲେ, ଅତି କମ୍‌ ସମୟରେ ତାହା ଭଣ୍ଡୁର ହୋଇଗଲା। ଲୁଟ୍ କରିବା ବେଳେ ଦୋକାନୀ ହାତରେ ଧରା ପଡିଯାଇଥିଲେ ଏହି ଦୁଇଜଣ।

ହେଲେ ଅଳ୍ପକେ ଖସି ଗଲା ଜ୍ବାଇଁ। ହେଲେ ସ୍ଥାନୀୟ ଶ୍ବଶୁରକୁ ନିର୍ଧୁମ ଛେଚିଥିଲେ। ଶେଷରେ ପୋଲିସ ଆସି  ଲୁଟେରା ଶ୍ବଶୂରକୁ ଗିରଫ କରିଛି। ଜୟପୁର ସହରରେ ଏମିତି ଘଟଣା ଘଟିଛି। ଅଭିଯୋଗ ଅନୁସାରେ ସଦର ଥାନା କେନାଲ ନିକଟରେ ଥିବା ଗୋଟିଏ ଦୋକାନକୁ ସରାଫତ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ନିଜ ଜ୍ବାଇଁ ସହ ପହଞ୍ଚିଥିଲେ।

ଶ୍ବଶୁର ସରାଫତ ଅଲ୍ଲୀ ଦୋକାନରୁ କିଛି ଜିିନିଷ କିଣିବା ବାହାନାରେ ସେଠାକୁ ଯାଇଥିବା ବେଳେ ଦୋକାନ ବାହାରେ ବାଇକରେ ଅପେକ୍ଷା କରିଥିଲା ଜ୍ବାଇଁ। ଆଉ ଏହି ସମୟରେ ସୁଯୋଗ ଦେଖି ଶ୍ବଶୁର ସରାଫତ ଅଲ୍ଲୀ ଦୋକାନର କ୍ୟାସ ବକ୍ସରୁ ଟଙ୍କା ଲୁଟ କରୁଥିବା ବେଳେ ଦେଖି ଦେଇଥିଲେ ଦୋକାନୀ। ପରେ ପାଖରେ ଥିବା ଲୋକ ରୁଣ୍ଡ ହୋଇ ସରାଫତକୁ ନିର୍ଧୁମ ଛେଚିବା ସହ ବାନ୍ଧି ଦେଇଥିଲେ| ତେବେ ସେଠାରୁ କୌଶଳ କ୍ରମେ ଖସି ଯାଇଥିଲା ଜ୍ବାଇଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.