ପ୍ରଧାନମନ୍ତ୍ରୀ ପଦ ପାଇଁ ଏହି ୩ ପ୍ରାର୍ଥୀଙ୍କ ନାଁ କହିଲେ ଶରଦ ପୱାର : ତାଲିକାରେ ନାହିଁ ରାହୁଲ ଗାନ୍ଧୀଙ୍କ ନାଁ

Published By : Prameya-News7 Bureau | April 28, 2019 IST

ଦିଲ୍ଲୀ ୨୮/୪ : ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପୱାର ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ୩ ପ୍ରାର୍ଥୀଙ୍କ ନାଁ ଚୟନ କରିଛନ୍ତି | ସେ କହିଛନ୍ତି ଯେ, ନିର୍ବାଚନରେ ଯଦି ଏନଡିଏକୁ ବହୁମତ ନମିଳେ ତାହେଲେ ମମତା ବାନାର୍ଜୀ, ମାୟାବତୀ ଏବଂ ଚନ୍ଦ୍ରାବାବୁ ନାଇଡୁଙ୍କ ମଧ୍ୟରୁ କେହିଜଣେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି | ନରେନ୍ଦ୍ର ମୋଦିଙ୍କ ଭଳି ଏହି ୩ ଜଣ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି | ସେଥିପାଇଁ ଏହି ୩ଜଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଉଚିତ ପ୍ରାର୍ଥୀ | ଶରଦ ପୱାର ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ନାଁ ମଧ୍ୟ ନେଇନଥିଲେ |


ଏକ ଟିଭି ଚାନେଲର ସାକ୍ଷାତକାରରେ ପୱାରଙ୍କୁ ପଚରା ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ଆପଣଙ୍କ ପ୍ରଥମ ୩ଟି ପସନ୍ଦ ନେତା କିଏ କିଏ ? ଏହି ପ୍ରଶ୍ନର ଜବାବରେ ପାୱାର କହିଥିଲେ, ମମତା ବାନାର୍ଜୀ, ମାୟାବତୀ ଏବଂ ଚନ୍ଦ୍ରାବାବୁ ନାଇଡୁ | କାରଣ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ ଭାର ବହନ କରିବାର କ୍ଷମତା ଏହି ୩ଜଣ ନେତାଙ୍କର ରହିଛି |
ପୱାର ନିଜ ଜବାବରେ ରାହୁଲ ଗାନ୍ଧୀଙ୍କ ନାଁ ମଧ୍ୟ ନେଇନଥିଲେ | ଏ ପ୍ରସଙ୍ଗରେ ସେ ନିଜ ପେଶ କରିଥିଲେ | ସେ କହିଥିଲେ ଯେ, କଂଗ୍ରେସ ଅଧ୍ୟକ୍ଷ ନିଜେ ପ୍ରଧାନମନ୍ତ୍ରୀ ପଦ ଠାରୁ ନିଜକୁ ଅଲଗା କରିସାରିଛନ୍ତି |


ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ନିଜେ ମଧ୍ୟ ଅନେକଥର କହିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ପଦ ନୁହେଁ | କିନ୍ତୁ କଂଗ୍ରେସ ହିସାବରେ ଏହାର ନିଷ୍ପତ୍ତି ଲୋକସଭା ନିର୍ବାଚନ ଫଳାଫଳ ପରେ ହେବ | କଂଗ୍ରେସ ହିସାବରେ ଯଦି ଦଳର ପ୍ରଦର୍ଶନ ଆଞ୍ଚଳିକ ଦଳ ଠାରୁ ଭଲ ରହିବ ତାହେଲେ ରାହୁଲ ହିଁ ହକଦାର ହେବେ | ନିକଟରେ ବିହାରର ଏକ ରାଲିରେ ତେଜସ୍ୱି ପ୍ରତାପ ଯାଦବ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ମିଳିବ ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.