Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସାରାଭାଇ vs ସାରାଭାଇ ଫେମ୍ ଅଭିନେତା ରାଜେଶ କୁମାର କୋଭିଡ ପଜିଟିଭ

28/08/2020 at 3:22 PM

ମୁମ୍ବାଇ ୨୮/୮: ଲୋକପ୍ରିୟ ଶୋ ସାରାଭାଇ vs ସାରାଭାଇରେ ରୋଶେଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ରାଜେଶ କୁମାର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିକଟରେ ନିଜ ଶୋ ଏକ୍ସକ୍ୟୁଜ ମି ମ୍ୟାଡମର ସୁଟିଂ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ଡାକ୍ତର ତାଙ୍କୁ ଏବେ ଆରାମ କରିବାକୁ କହିଛନ୍ତି। ସେ ଏବେ ନିଜର ଚିକିତ୍ସା କରାଉଛନ୍ତି ଏବଂ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି।

 ରାଜେଶ କୁମାର ବିନୈଫର କୋହଲିଙ୍କ ପ୍ରଡକ୍ସନ ଏକ୍ସକ୍ୟୁଜ ମି ମ୍ୟାଡାମର ସୁଟିଂ କରୁଥିଲେ ଏବଂ ସେ ନିଜ ସହ ଅଭିନେତା ଏବଂ କ୍ରୃ ମେମ୍ବରଙ୍କ ସହ କିଛି ଏପିସୋଡ ସୁଟ୍ କରି ନେଇଥିଲେ। କରୋନା ଭାଇରସ୍ ମହାମାରୀ ପାଇଁ ସମସ୍ତେ ସାବଧାନତା ଅବଲମ୍ବନ କରୁଥିଲେ। ତଥାପି ସେ ସଂକ୍ରମିତ ହୋଇଥିଲେ। ସେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଏବିଷୟରେ କହିଛନ୍ତି।

ରାଜେଶ କୁମାର ଏକ୍ସକ୍ୟୁଜ ମି ମ୍ୟାଡମରେ ସନମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଦିବ୍ୟ ଦୃଷ୍ଟିର ଅଭିନେତ୍ରୀ ନାୟରା ବାନାର୍ଜୀ ତାଙ୍କ ବସ୍ ମିଠୁ ବୋଷ ଭୂମିକାରେ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ଦିବ୍ୟଙ୍କା ତ୍ରିପାଠୀଙ୍କ ମିସେଜ ଆଣ୍ଡ ମିଷ୍ଟର ଶର୍ମା ଜୀ ଇଲାହାବାଦ ବାଲେ ଏବଂ ବା ବହୂ ଔର ବେବି ଭଳି ଶୋ ରେ ନିଜ ଅଭିନୟ ଦ୍ବାରା ରାଜେଶ ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି।

ଏକ୍ସକ୍ୟୁଜ ମି ମ୍ୟାଡମ୍,ଧାରାବାହିକ ‘ମେ ଆଇ କମିଂ ମ୍ୟାଡାମ୍’ର ସିକ୍ବେଲ୍। ଏକ୍ସକ୍ୟୁଜ ମି ମ୍ୟାଡମ୍ ଶୋର ପ୍ରୋମୋ ଚ୍ୟାନେଲରେ ପ୍ରସାରିତ କରି ଦିଆଯାଇଛି। ଏହି ଶୋ ଷ୍ଟାର ଭାରତରେ ଖୁବ୍ ଶୀଘ୍ର ଆରମ୍ଭ ହେବ।

   Related Posts