କେଉଁ କ୍ରିକେଟ ତାରକାଙ୍କୁ ପସନ୍ଦ କରନ୍ତି ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ଜାଣନ୍ତୁ…
9/01/2019 at 12:42 PM

ମୁମ୍ବାଇ ୯/୧: ଆଜିକାଲି ଭାରତୀୟ କ୍ରିକେଟ ଖେଳାଳୀମାନେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଭାରତୀୟ କ୍ରିକେଟ ବୋର୍ଡ଼ ସବୁଠାରୁ ଧନୀ ବୋର୍ଡ଼ ଭାବରେ ବିଶ୍ବରେ ପ୍ରସିଦ୍ଧ। ସମସ୍ତଙ୍କର କେହି ନା କେହି ପସନ୍ଦଯୋଗ୍ୟ ଖେଳାଳି ଥାଆନ୍ତି। ଏଥିପାଇଁ ଆଜି ଆମେ ଜାଣିବା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ପସନ୍ଦର କ୍ରିକେଟରଙ୍କ ବିଷୟରେ
ଏକ ସାକ୍ଷାତକାରରେ ସାରା ତେନ୍ଦୁଲକର କହିଥିଲେ ଯେ ତାଙ୍କର ସବୁଠୁ ବଡ଼ ପ୍ରେରଣା ହେଉଛନ୍ତି ବାପା। କିନ୍ତୁ ତାଙ୍କ ବାପାଙ୍କ ବ୍ୟତୀତ ସାରା ତେନ୍ଦୁଲକର ବିରାଟ କୋହଲିଙ୍କ ବଡ଼ ଫ୍ୟାନ୍। ଏବଂ ତାଙ୍କୁ ସେ ବହୁତ ପସନ୍ଦ କରନ୍ତି। ବିରାଟ କୋହଲିଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ସାରାଙ୍କୁ ବହୁତ ଭଲ ଲାଗେ।
ଏହା ବ୍ୟତୀତ ସୂଚନା ମିଳିଛି ଯେ ସାରା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ସତ କି ମିଛ ଜଣା ପଡ଼ିନାହିଁ କିନ୍ତୁ ସାରା ନିଜେ କହିଛନ୍ତି ଯେ ସେ ଏବେ ଲଣ୍ଡନର ଅକ୍ସଫୋର୍ଡ଼ ୟୁନିଭର୍ସିଟିରେ ଅଧ୍ୟୟନ କରୁଛନ୍ତି।