Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସଚିନଙ୍କ ଝିଅ ସାରା ଶୁଭମନ ଗିଲଙ୍କ ପତ୍ନୀ ! ଏମିତି କାହିଁକି କହୁଛି ଗୁଗଲ ? ଜାଣନ୍ତୁ…

15/10/2020 at 4:05 PM

ନୂଆଦିଲ୍ଲୀ, ୧୫୧୦:   କୋଲକାତା ନାଇଟ ରାଇଡର୍ସର ଷ୍ଟାର ଖେଳାଳି ଶୁଭମନ ଗିଲ୍ ଏବେ ଆଇପିଏଲ ପାଇଁ ଦୁବାଇରେ ଅଛନ୍ତି । ସେ ନିଜର ବିସ୍ଫୋରକ ଇନିଂସ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ କ୍ରିଜକୁ ଓହ୍ଲାଇଲେ ଛକା ଓ ଚଉକାର ବର୍ଷା ହୁଏ । କ୍ରିକେଟ ବ୍ୟତୀତ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରର ଶିରୋନାମା ପାଲଟିଥାନ୍ତି ।

ଗତ କିଛିଦିନ ଧରି ଶୁଣିବାକୁ ମିଳୁଛି ଯେ, ଶୁଭମନ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ଡେଟ୍ କରୁଛନ୍ତି । ତେବେ ଉଭୟ ଏହି ଖବରକୁ କେବେହେଲେ ସ୍ୱୀକାର କରିନାହାଁନ୍ତି । କିନ୍ତୁ ଗୁଗଲ ଏବେ ସାରାଙ୍କୁ ଶୁଭମନଙ୍କ ପତ୍ନୀ ବୋଲି କହୁଛି ।

ଏବେସୁଦ୍ଧା ଶୁଭମନଙ୍କ ବିବାହ ହୋଇନାହିଁ । କିନ୍ତୁ ଗୁଗଲରେ ଆପଣ ଏହା ସର୍ଚ୍ଚ ମାରିଲେ ଉତ୍ତରରେ ସାରାଙ୍କ ନା ଆସୁଛି । ଯାହା ସମ୍ପୂର୍ଣ୍ଣ ଭାବେ ମିଛ ।

ଗୁଗଲର ଅଟୋମେଟେଡ୍ ସିଷ୍ଟମ କାରଣରୁ ଏପରି ହେଉଛି । ସାରା ଓ ଶୁଭମନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ତେଣୁ ଗୁଗଲରେ ଶୁଭମନଙ୍କ ନାଁ ସର୍ଚ୍ଚ କଲେ ସାରାଙ୍କ ନାଁ ଦେଖାଉଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗୁଗଲରେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଗୁଗଲ ରଶିଦ ଖାନଙ୍କ ପତ୍ନୀ କହି ଦେଖାଉଥିଲା । ଏହା ଏପରି ହୋଇଥିଲା କାରଣ ରଶିଦ ଏକ ସାକ୍ଷାତକାରରେ ଅନୁଷ୍କାଙ୍କୁ ନିଜର ଫେଭରେଟ୍ ଅଭିନେତ୍ରୀ ବୋଲି କହିଥିଲେ ।

   Related Posts