କ୍ରିକେଟ୍‌ର ଭଗବାନ ସଚିନଙ୍କ ଝିଅ ସାରାଙ୍କ ସହ ରିଲେଶନସିପ୍‌ରେ ଅଛନ୍ତି ଏହି କ୍ରିକେଟର୍

Published By : Prameya-News7 Bureau | June 20, 2019 IST

ମୁମ୍ବାଇ୨୦|୬: କ୍ରିକେଟ୍‌ ତାରକା ସଚିନ୍‌ ତେନ୍ଦୁଲକରଙ୍କୁ କିଏ ବା ନଜାଣେ। ପୂର୍ବତନ ଭାରତୀୟ ଟିମ୍‌ର କ୍ୟାପଟେନ୍‌ ସଚିନ୍‌ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ପରିଚିତ। ବିଶ୍ବରେ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କ୍ରେଜ ଆଜି ମଧ୍ୟ ଲୋକଙ୍କ ଗହଣରେ ଦେଖିବାକୁ ମିଳେ। ତାଙ୍କ କ୍ରିକେଟ ଖେଳିବାର ଏକ ନିଆରା ଅନ୍ଦାଜ ଅଛି। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇିଂ କମି ନାହାନ୍ତି। ଅଧିକାଂଶ କ୍ରିକେଟ୍‌ ଲର୍ଭସଙ୍କ ଗୁରୁ ହେଉଛନ୍ତି ସଚିନ ତେନ୍ଦୁଲକର। ସଚିନଙ୍କ ପରେ ଏବେ ତାଙ୍କ ପୁଅ ଅର୍ଜୁନଙ୍କର କ୍ରିକେଟ୍‌ ମଇଦାନକୁ ଆସିବା ନେଇ ଲୋକେ ଅପେକ୍ଷାରେ ଅଛନ୍ତି। ମିଡିଆ ମଧ୍ୟ ଅର୍ଜୁନଙ୍କର ସବୁ ହରକତ ଉପରେ ନଜର ରଖେ । କିନ୍ତୁ ଏଥର ନା ସଚିନ ନା ଅଜୁର୍ନ ବରଂ ତାଙ୍କ ଲାଡଲି ଝିଅ ସାରା ହଟ୍‌ ଟପିକ୍‌ରେ ଅଛନ୍ତି।

{"id":125154}

ଅଧିକାଂଶ ସମୟରେ ସାରା ତାଙ୍କ ସୌନ୍ଦର୍ଯ୍ୟ ନେଇ ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କ ଗ୍ଲାମର ଓ ପରିଧାନ ଶୈଳୀ ପାଇଁ ବହୁତ ଫେମସ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ବହୁତ ଜଣ ଫଲୋ କରନ୍ତି। ସେ ନିଜ ଲୁକ୍‌ସ ଦ୍ବାରା ବଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। ଯେଉଁଠି ଗ୍ଲାମର ସେଇଠି ଚର୍ଚ୍ଚା।ତେବେ ସାରାଙ୍କ ଲଭ୍‌ ଲାଇଫ ନେଇ ଅନେକ ପ୍ରଶ୍ନ ଉଠେ ଓ ଚର୍ଚ୍ଚା ହୁଏ। କିନ୍ତୁ ଏଥର ତାଙ୍କ ନାଁ କୌଣସି ଫିଲ୍ମ ଷ୍ଟାର ସହ ନୁହଁ ବରଂ ଜଣେ କ୍ରିକେଟ୍‌ ତାରକାଙ୍କ ସହ ଯୋଡା ଯାଇଛି।  

{"id":125155}

ଗତ ବର୍ଷ ଅଣ୍ଡର ୧୯ କ୍ରିକେଟ୍‌ ୱାଲର୍ଡ କପ୍‌ ଚାମ୍ପିୟନ ଷ୍ଟାର ଖେଳାଳୀ ଶୁଭମନ ଗିଲ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଭମନଙ୍କ ନାଁ ସଚିନଙ୍କ ଲାଡଲି ସାରା ସହ ଯୋଡା ଯାଉଛି। ତେବେ କେଉଁ କାରଣରୁ ସାରା ଓ ଶୁଭମନଙ୍କ ନାଁ ଯୋଡା ଯାଉଛି ଜାଣନ୍ତୁ। ଯୁବ ଖେଳାଳୀ ଶୁଭମନ ଗିଲ୍‌ ଇଂଡିୟାନ ପ୍ରିମିଅର ଲିଗ୍‌(IPL) ପରେ ନିଜ ପାଇଁ ନୂଆ କାର ରେଞ୍ଜ ରୋଭର କିଣିଥିଲେ। ଇଣଷ୍ଟାଗ୍ରାମ ଓ ଟୁଇଟର୍‌ରେ ସେ କାର ସହ ନିଜ ଫଟୋ ସେୟାର କରିଥିଲେ।  କାରର ଫଟୋ ପୋଷ୍ଟ କରିବା ପରେ ତାଙ୍କୁ ସେମସ୍ତେ ଶୁଭକାମନା ଦେବା ଆରମ୍ଭ କରିଥିଲେ। ଶୁଭମନଙ୍କ ପୋଷ୍ଟରେ ଲଗାତାର କମେଣ୍ଟ ଆସୁଛି କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଗୋଟେ କମେଣ୍ଟର ।

{"id":125156}

ଶୁଭମନଙ୍କ ପୋଷ୍ଟରେ ସଚିନଙ୍କ ଝିଅ ସାରା ମଧ୍ୟ କମେଣ୍ଟ କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ସାରାଙ୍କ କମେଣ୍ଟ ଦେଖି ଇଂଡିଆନ କ୍ରିକେଟ୍‌ର ସବୁଠୁ ମସ୍ତିଖୋର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ମଝିରେ ପଶି   ଗିଲ୍‌ଙ୍କ ସହ ଥଟାମଜା କରିଥିଲେ।ଏହା ପରେ ଏହି କମେଣ୍ଟ ବିଷୟରେ ବେଶ ଚର୍ଚ୍ଚା ହେଉଛି ଓ ସଚିନଙ୍କ ଝିଅ ଓ ଶୁଭମନଙ୍କ ମଧ୍ୟରେ କିଛି ଅଛି ବୋଲି କୁହାଯାଉଛି। କାରଣ ସାରା ଏହି କମେଣ୍ଟରେ congratulations ସହ ହାର୍ଟ ଇମୋଜି ମଧ୍ୟ ଦେଇଥିଲେ। ସାରାଙ୍କ କମେଣ୍ଟରେ thanks a lot କହି ଶୁଭମନ ମଧ୍ୟ ହାର୍ଟ ଇମୋଜି ଦେଇଥିଲେ। ଉଭୟଙ୍କ ସହ ମଜା କରିବା ପାଇଁ ହାର୍ଦ୍ଦିକ most welcome from her ବୋଲି ଲେଖିଥିଲେ ଓ ଆଖି ମାରିବା ଇମୋଜି ଦେଇଥିଲେ।

{"id":125157}

ତେବେ ଏହି ବିଷୟ ନେଇ ଫ୍ୟାନ୍ସମାନେ ଅନେକ କଥା କହୁଛନ୍ତି କିନ୍ତୁ ସାରା ଓ ଶୁଭମନ ଗିଲଙ୍କ ତରଫରୁ କୌଣସି ରିଆକ୍ସନ ଆସିନାହିଁ। ଏଥିପାଇଁ ଦର୍ଶକ ଅନୁମାନ କରୁଛନ୍ତି ଯେ, ଉଭୟ ରିଲେସନରେ ଅଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.