କ୍ୟାମେରା ଆଗରେ ନଗ୍ନ ହେଲେ ଏହି ସୁନ୍ଦରୀ କ୍ରିକେଟର, ସୋସାଲ ମିଡିଆରେ ଅପଲୋଡ କଲେ ଫଟୋ, ଏବେ ଜଣାପଡିଲା ଅସଲ କାରଣ

Published By : Prameya-News7 Bureau | August 15, 2019 IST

ଇଂଲଣ୍ଡର ଜନୈକା ମହିଳା କ୍ରିକେଟର ସୋସାଲ ମିଡିଆରେ ଏକ ଫଟୋ ଅପଲୋଡ କରି ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଏହି କ୍ରିକେଟର ହେଉଛନ୍ତି ସାରା ଟେଲର। ହଁ ଆମେ ଚର୍ଚ୍ଚା କରୁଛେ ଇଂଲଣ୍ଡ ମହିଳା କ୍ରିକେଟ ଟିମର ୱିକେଟର କିପର ତଥା ବ୍ୟାଟସମ୍ୟାନ୍ ସାରା ଟେଲରଙ୍କ ସମ୍ପର୍କରେ। ସାରା ନିକଟରେ କ୍ୟାମେରା ଆଗରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ଫଟୋ ଉଠାଇବା ପରେ ସେହି ଫଟୋକୁ ତାଙ୍କ ଇଂଷ୍ଟା ପେଜରେ ଅପଲୋଡ କରିଦେଇଛନ୍ତି। ଯାହାକୁ ନେଇ ଖାଲି ଇଂଲଣ୍ଡ ନୁହେଁ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

{"id":144577,"width":585,"height":383}

ଇଂଲଣ୍ଡ ଓମେନସ୍ ଟିମର ୱିକେଟ କିପର ଭାବେ ସାରା ଅନେକ ରେକର୍ଡର ଅଧିକାରିଣୀ । ଦେଖିବାକୁ ଯେପରି ସୁନ୍ଦର ତାଙ୍କର କ୍ରିଡା ନୈପୂଣ୍ୟତା ବି ଠିକ୍ ସେହିପରି ।ଏଣୁ ସାରା ବିଶ୍ୱରେ ତାଙ୍କର ଢେର ଫ୍ୟାନସ ବି ଅଛନ୍ତି।  ହେଲେ କେବେ ବିବାଦରେ ନଥିବା ସାରା ହଠାତ ଚର୍ଚ୍ଚାକୁ ଆସିବା ସମସ୍ତଙ୍କୁ ଚକିତ କରିଛି। ତାହା ବି ତାଙ୍କ ନ୍ୟୁଡ ଫଟୋ ଲାଗି। ଏଥିପାଇଁ ସାରା ଏକ କମେଣ୍ଟ ବି ଲେଖିଛନ୍ତି। ତାକୁ ପଢିବା ପରେ ତାଙ୍କ ଫଟୋଟିକୁ କେହି ନ୍ୟୁଡ ବୋଲି କହି ପାରିବେନି ବରଂ ସାରାଙ୍କ ପାଇଁ ସମସ୍ତଙ୍କ ମନରେ ନୂଆ ଶ୍ରଦ୍ଧା ଉଦ୍ରେକ କରୁଛି।

wp:html
/wp:html

ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମଗ୍ର ବିଶ୍ୱରେ ଚଳାଯାଇଥିବା ଅଭିଯାନରେ ସାରା ନିଜକୁ ସାମିଲ କରିଛନ୍ତି। ଏଥିପାଇଁ ସେ ନ୍ୟୁଡ ଫଟୋସୁଟ୍ କରିବା ସହ ସୋସାଲ ମିଡିଆରେ ଅପଲୋଡ କରି କମେଣ୍ଟ ଛାଡିଛନ୍ତି। ନିଜେ ଜଣେ ମହିଳା ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏଭଳି ଫଟୋ ଅପଲୋଡ କରି ମୋତେ ଭଲ ଲାଗୁନଥିବା ସେ ଲେଖିଥିବା ବେଳେ କିନ୍ତୁ ଅଭିଯାନରେ ସାମିଲ ହୋଇଥିବାରୁ ନିଜକୁ ଧନ୍ୟମନେ କରୁଥିବା ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.