Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ସାରା ସିଂହ ହତ୍ୟାକାଣ୍ଡ: ଝିଅକୁ ନ୍ୟାୟ ଦେବା ପାଇଁ ଓକିଲ ହେଲେ ମା, ଏବେ ନିଜେ ଲଢ଼ିବେ କେସ୍

3/09/2019 at 4:12 PM

ଏଲହାବାଦ ୩|୯: କୋର୍ଟରେ  ସାରା ସିଂହ ହତ୍ୟାକାଣ୍ଡର ମୋକଦ୍ଦମା ଏବେ ତାଙ୍କ ମା ସୀମା ସିଂହ ନିଜେ ଲଢିବେ। ଏଥିଲାଗି ସାରାଙ୍କ ମା  ସୀମା ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ତାଙ୍କର ଓକିଲାତି ଅଧ୍ୟୟନ ଶେଷ ହୋଇଥିବା ବେଳେ ଏବେ କଳାକୋର୍ଟ ପିନ୍ଧି କୋର୍ଟରେ ମୋକଦ୍ଦମା ପରିଚାଳନା କରିବେ।

ଚାରି ବର୍ଷ ପୂର୍ବେ  ଝିଅର ହତ୍ୟାକାଣ୍ଡ ତଦନ୍ତ ଚାଲିଥିବା ବେଳେ ସେ ଓକିଲାତି ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ।ଏଥିଲାଗି ୨୦୧୭ ମସିହାରେ ସେ ଲକ୍ଷ୍ନୌସ୍ଥିତ ସେଣ୍ଟ ମଦର ଟେରେସା କଲେଜରେ ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମରେ ନାମ ଲେଖାଇଥିଲେ।ଗତ ଜୁଲାଇ ମାସରେ ତାଙ୍କର ଏଲଏଲବି ସମାପ୍ତ ହୋଇଛି। 

ଓକିଲାତି ପଢିସାରିବା ପରେ  ପ୍ରାକ୍ଟିସ ନିମନ୍ତେ ସୀମା  ୟୁପି ଓ ଏଲହାବାଦ ହାଇକୋର୍ଟ ବାର ଆସୋସିଏସନରେ ତାଙ୍କ ନାମ ପଞ୍ଜିକରଣ ମଧ୍ୟ କରିଛନ୍ତି। ସୀମାଙ୍କ କହିବା ମୁତାବକ, ଗାଜିଆବାଦରେ  ରହୁଥିବା ତାଙ୍କ ଓକିଲ ନବନୀତ ତ୍ୟାଗୀଙ୍କ ପାଖରେ ଥିବା ସାରା ହତ୍ୟାକାଣ୍ଡର ତଥ୍ୟ ଆଧାରରେ ସେ କୋର୍ଟରେ ମାମଲାର ପରବର୍ତ୍ତି  ପରିଚାଳନା କରିବେ।  ସାରାଙ୍କ ହତ୍ୟାକାଣ୍ଡର ଆବଶ୍ୟକୀୟ ତଥ୍ୟ ସେ ନବନୀତଙ୍କୁ ଯୋଗାଇବେ ବୋଲି କହିଛନ୍ତି।

 ଲକ୍ଷ୍ନୌର ଏକ କଲେଜରୁ ସୀମା ସିଂହ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ। ଏହା ବ୍ୟତୀତ ସମାଜଶାସ୍ତ୍ରରେ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।ସୀମା ସିଂହ ଏଲଏଲବି ପାଠ ଶେଷ କରିବା ପରେ ଦୁର୍ନୀତି ବିରୋଧରେ ଲଢ଼ିବେ ବୋଲି କହିଛନ୍ତି। ତାଙ୍କ ଝିଅ ସାରା ସିଂହଙ୍କ ସମେତ ଅବହେଳିତ ନାରୀମାନଙ୍କୁ ନ୍ୟାୟ ଦେବାକୁ  ସେ ଓକିଲାତି ପେଷାକୁ ଓହ୍ଲାଇଛନ୍ତି। ଅନ୍ୟାୟ  ବିରୋଧରେ ଲଢ଼ିବା ପାଇଁ ବୟସର କିଛି ଆବଶ୍ୟକ ନଥାଏ ବରଂ କେବଳ ମନବଳ ଦୃଢ଼ ରହିବା ଦରକାର  ବୋଲି ସୀମା କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଜୁଲାଇ ମାସରେ ନୌତନଓ୍ବା ଆସନର ବିଧାୟକ ଅମନମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ସାରା ସିଂହ ଗାଡିରେ ଯିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।  ଏହି ଦୁର୍ଘଟଣାରେ ସାରା ସିଂହଙ୍କ ମୃତ୍ୟୁ ହୋଇଥିଲା।ତେବେ ଏହା ଦୁର୍ଘଟଣା ନୁହେଁ ବରଂ ସାରାଙ୍କୁ ହତ୍ୟା କରିବା ଲାଗି ଏକ ବିଧିବଦ୍ଧ  ଷଡ଼ଯନ୍ତ୍ର ଥିଲା ବୋଲି ତାଙ୍କ ମାଆ ସୀମା ସିଂହ ଥାନାରେ ଅଭିଯୋଗ କରିଥିଲେ।

ଏହି ଦୁର୍ଘଟଣାରେ ସାରାଙ୍କ ସ୍ବାମୀ ଅମନମଣିଙ୍କ ଶରୀରରେ ସାମାନ୍ୟ ଆଘାତବି  ଲାଗି ନଥିଲା​‌ । ଏଣୁ ଏହା ଏକ ପ୍ରୟୋଜିତ ହତ୍ୟାକାଣ୍ଡ ବୋଲି ତାଙ୍କ ମାଆ ଅଭିଯୋଗ ଆଣିଥିଲେ। ଏହି ହତ୍ୟାକାଣ୍ଡର ସେ ସିବିଆଇ ତଦନ୍ତ ଦାବି ମଧ୍ୟ କରିଥିଲେ। ଶେଷରେ ସିବିଆଇ ମାମଲାର ତଦନ୍ତଭାର ହାତକୁ ନେଇଥିବା ବେଳେ କୋର୍ଟରେ ଏବେବି ସାରାଙ୍କ ମୃତ୍ୟୁ ମାମଲା ଲମ୍ବିତ ରହିଛି।  

   Related Posts