୩୦୦ ବସ୍ତା ସାର ଜବତ, ଟ୍ରକ୍ ସହ ଡ୍ରାଇଭରକୁ ଅଟକ ରଖିଲେ ତହସିଲଦାର : କେଉଁଠୁ ଆସିଲା, କୁଆଡେ ଯାଉଥିଲା ଚାଲିଛି ତଦନ୍ତ

Published By : Prameya-News7 Bureau | September 06, 2020 IST

ବୌଦ୍ଧ, ୦୬।୦୯:  ରବିବାର ଅପରାହ୍ନରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ପ୍ରାୟ ୩୦୦ ବସ୍ତା ସାର ସହ ଗୋଟିଏ ଟ୍ରକକୁ ଅଟକ ରଖିଛନ୍ତି । ଟ୍ରକକୁ ଅଟକ ରଖାଯାଇ ମନମୁଣ୍ଡା ଥାନାକୁ ଜିମା ଦିଆଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ଗ୍ରାମରେ ସାର ବ୍ୟବସାୟୀଙ୍କ ଦୋକାନ ଆଗରେ ଏକ ସାର ବୋଝେଇ ଟ୍ରକ୍ ଥିବା ଖବର ମିଳିଥିଲା । ଏହାପରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ସଦଲବଳେ ଚଢାଉ କରିଥିଲେ । ସାର ସହ ଟ୍ରକକୁ ଆଣି ମନମୁଣ୍ଡା ପୋଲିସକୁ ଜିମା ଦେଇଥିଲେ ।

ସ୍ଥାନୀୟ ଲୋକେ ଟ୍ରକରେ ୟୁରିଆ ସାର ଥିବା କହୁଥିବା ବେଳେ ମନମୁଣ୍ଡା ସହକାରୀ କୃଷି ଅଧିକାରୀ ଦେବାଶିଷ ଦେଶୀ ନାଏକ ପ୍ରାୟ ୩୦୦ ବସ୍ତା ପଟାସ୍ ସାର ଥିବା କହିଛନ୍ତି । ସାର କେଉଁ ସ୍ଥାନରୁ ଆସିଥିଲା ଓ କେମିତି ଆସିଥିଲା ତଦନ୍ତ ପରେ ଜଣାପଡିବ ବୋଲି ଶ୍ରୀ ଦେଶୀ ନାଏକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.