କରୋନା ଭୟରେ ବିଶ୍ୱ ଥରହର : ଇଟାଲୀରେ ୧୦ହଜାର ଟପିଲା ମୃତ୍ୟୁ, ଆମେରିକା ୨୨ଶହରୁ ବେଶି

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୦୩: ବିଶ୍ୱର ଦୁଇ ତୃତିୟାଂଶ ମୃତ୍ୟୁ କେବଳ ୟୁରୋପର । ସାରା ବିଶ୍ବରେ କରୋନା ଏଯାଏ ୩୧ ହଜାରରୁ ଅଧିକ ମୁଣ୍ଡ ନେଇଥିବା ବେଳେ କେବଳ ୟୁରୋପରେ କରୋନା ୨୦ ହଜାରରୁ ଅଧିକ ଜୀବନ ନେଲାଣି । ସେଥିରୁ ପୁଣି ଅଧା ଇଟାଲୀରେ। ଇଟାଲିରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି । ସାଢେ ୯୨ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୩୮୪ ଜଣ ସୁସ୍ଥ ହୋଇଥିଲେ ମଧ୍ୟ ଏବେ ୭୦ ହଜାରରୁ ଅଧିକ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ରହିଛନ୍ତି।

{"id":245981,"sizeSlug":"large"}

ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୯ ହଜାର ଛୁଇଁଛି । ଆକ୍ରାନ୍ତ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଆମେରିକା । ଆମେରିକାରେ ପାଖପାଖି ୧ ଲକ୍ଷ ୨୪ ହଜାର ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୨୨୦୦ ଟପିଛି । ଟ୍ରମ୍ପ୍ ପ୍ରଶାସନ ପାଇଁ ଏହା ଚିନ୍ତା ବଢାଇ ଦେଲାଣି ।

{"id":245982,"sizeSlug":"large"}

ସେପଟେ ସ୍ପେନ୍ ଅବସ୍ଥା ବି ସାଂଘାତିକ । ସ୍ପେନ୍ ରେ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଛି । ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାରରୁ ଅଧିକ । କରୋନାରେ ସ୍ପେନ ରାଜକୁମାରୀଙ୍କ ମୃତ୍ୟୁ ହୋଇଛି । ବିଶ୍ବର ପ୍ରଥମ ରାଜପରିବାର ସଦସ୍ୟଙ୍କ ଜୀବନ ନେଇଛି କରୋନା ।

{"id":245983,"sizeSlug":"large"}

କରୋନା ଆକ୍ରାନ୍ତ ହେବା ପରେ ଆଜି ୮୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ମାରିୟା ଟେରେସା । ସେ ସ୍ପେନ୍ ରାଜା ଫେଲିପ୍ ଷଷ୍ଠଙ୍କର ସମ୍ପର୍କୀୟ । ଗତ ସପ୍ତାହରେ ରାଜା ଫେଲିପ ଷଷ୍ଠଙ୍କର କରୋନା ପରୀକ୍ଷା କରାଯାଇଥିଲା । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଥିଲା ।

{"id":245984,"sizeSlug":"large"}

ଫ୍ରାନ୍ସ, ଇଂଲଣ୍ଡ ଏବଂ ଜର୍ମାନରେ ମଧ୍ୟ ସଂଖ୍ୟା ବଢି ଚାଲିଛି । ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୩ ଶହ ଟପିଛି । ସେହିଭଳି ଇଂଲଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲାଣି । ଏଠାରେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ଛୁଇଁଛି । ଏଠି ମୃତ୍ୟୁ ସଂଖ୍ୟା ଛୁଇଁଛି ୪୫୦ରୁ ଅଧିକ । କରୋନାର ଉତ୍ପତି ସ୍ଥଳ ଚୀନରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ଏଠାରେ ଜୀବନ ଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି ।

{"id":245986,"sizeSlug":"large"}

ଜାତିସଙ୍ଘର ୮୬ ଅଧିକାରୀ ବିଶ୍ବର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ଓ ଆଫ୍ରିକାର ବୋଲି ଜାତିସଙ୍ଘ ମୁଖପାତ୍ର ଷ୍ଟିଫାନେ ଦୁଜାରିକ କହିଛନ୍ତି। ସାରା ବିଶ୍ବର ଏକ ତୃତିୟାଂଶ ଲୋକ ଏବେ ଲକ୍ ଡାଉନରେ ଅଛନ୍ତି । କୋଟି କୋଟି ଲୋକ ରୋଜଗାର ହରାଇଲେଣି । କିଛି ତ ଏମିତି ପୂର୍ବାନୁମାନ କରୁଛନ୍ତି ଯେ କରୋନା ସଂକ୍ରମଣ ଯୋଗୁଁ ନିମ୍ନ ଆୟକାରୀ ରାଷ୍ଟ୍ରଗୁଡିକରେ ଲକ୍ଷଲକ୍ଷ ସଂଖ୍ୟାରେ ଲୋକ ପ୍ରାଣ ହରାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.