Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କାୟା ମେଲାଉଛି କରୋନା : ଚାରି ହଜାର ଛୁଇଁଲା ମୃତ୍ୟୁସଂଖ୍ୟା, ଶତାଧିକ ଦେଶ ପ୍ରଭାବିତ

10/03/2020 at 2:51 PM

ବେଜିଂ ୧୦।୦୩: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହି ମାରାତ୍ମକ ଭାଇରସ ନେଲାଣି ୪ହଜାର ୨୯୪ ଜୀବନ । କରୋନାରେ ଏଯାବତ ୧ଲକ୍ଷ ୧୪ହଜାର ୩୦୧ ଜଣ ଆକ୍ରାନ୍ତ ହେଲେଣି । ଏହି ମାରାତ୍ମକ ଭାଇରସ ୧୧୩ଟି ଦେଶକୁ ବ୍ୟାପୀ ସାରିଲାଣି । ଚୀନ ପରେ ଏବେ ଇଟାଲିରେ ମଧ୍ୟ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଇଟାଲୀରେ ମୃତକଙ୍କ ସଂଖ୍ୟା ୪୬୩ ପହଞ୍ଚିଥିବା ବେଳେ ୯୦୦୦ରୁ ଅଧିକ ଜଣ ସଂକ୍ରମିତ ଅଛନ୍ତି ।

ଇରାନରେ କରୋନା ଭାଇରସରେ ପୁଣି ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମୋଟ୍ ମୃତ୍ୟୁ ସଂଖ୍ୟା ୨୩୭ ଛୁଇଁଛି । ଇରାନରୁ ଇଉରୋପୀୟ ଦେଶକୁ ବିମାନ ଚଳାଚ ବନ୍ଦ କରିଦିଆଯାଇଛି।ଏପଟେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ଅଧିକ ପହଞ୍ଚିଛି । ଆମେରିକାରୁ ଫେରିଥିବା ବେଙ୍ଗାଳୁରୁର ଜଣେ ଛାତ୍ରଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । ସେହିପରି ଦିଲ୍ଲୀ, ୟୁପି, ଜମ୍ମୁ, ପଞ୍ଜାବ ଓ ପୁନେରେ ଦୁଇ ଜଣ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଜାମ୍ମୁ କାଶ୍ମୀରର ଜଣେ ୬୩ ବର୍ଷିୟା ମହିଳାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। କେରଳରେ ଏହି ତିନି ବର୍ଷର ଛୋଟ ଛୁଆଟି ପରିବାର ସହ ଇଟାଲି ଯାଇଥିଲା । ସେପଟେ ଦିନକୁ ଦିନ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି । ଦେଶର ୩୦ଟି ଏୟାରପୋର୍ଟରେ ୮ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ ହଜାର ଲୋକ ନିରୀକ୍ଷଣରେ ରହିଛନ୍ତି। ୧୪ଟି ଦେଶର ପର୍ଯ୍ୟଟକ ଭାରତ ଆସିବା ନେଇ କଟକଣା ଜାରି କରାଯାଇଛି ।

   Related Posts