ଏହି ଅଭିନେତାଙ୍କ ସହ ଭାଲେଣ୍ଟାଇନ୍ ଡେ ସେଲିବ୍ରେଟ୍‌ କରିବେ ସାରା…

Published By : Prameya-News7 Bureau | January 19, 2020 IST

ମୁମ୍ବାଇ୧୯|୧: କାର୍ତ୍ତିକ ଆର୍ଯ୍ୟାନ୍ ଓ ସାରା ଅଲୀ ଖାନଙ୍କ ପ୍ରେମ କାହାଣୀ ପୂର୍ବରୁ ହିଁ ଚର୍ଚ୍ଚାରେ ଅଛି। ନିକଟରେ ଉଭୟଙ୍କ ପ୍ରଥମ ଫିଲ୍ମ 'ଲଭ୍‌ ଆଜକଲ୍‌ ୨'ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଏହି ଦୁହିଁଙ୍କୁ ଏକା ସହ ପ୍ରଥମଥର ପାଇଁ ପରଦାରେ ଦେଖାଯିବ। 'ଲଭ୍‌ ଆଜକଲ୍‌ ୨'ର ଫେବୃଆରୀ ମାସ ରିଲିଜ୍ ହେବାକୁ ଯାଉଛି। ଖୁବ ଜୋରସୋରରେ ଫିଲ୍ମର ପ୍ରମୋସନ ଚାଲିଛି। ଫିଲ୍ମ ପ୍ରମୋସନ ପାଇଁ ଉଭୟେ ବିଗ୍‌ବସ୍‌ ହାଉସରେ ମଧ୍ୟ ନଜର ଆସିଥିଲେ।

{"id":213238,"sizeSlug":"large"}

ତେବେ ଏକ ଇଭେଣ୍ଟରେ ସାରା ଓ କାର୍ତ୍ତିକ ଘୋଷଣା କରିଛନ୍ତି ଯେ, ତାଙ୍କର ଅପକମିଂ ଫିଲ୍ମ ଲଭ୍ ଆଜକାଲ ଭାଲେଣ୍ଟାଇନ୍ ଡ଼େ’ରେ ରିଲିଜ ହେବ ଓ ଉଭୟେ ଏକା ସହ ନଜର ଆସିବେ। ଇମତିୟାଜ ଅଲୀଙ୍କ ଫିଲ୍ମରେ କାମ କରି ଦୁହେଁ ବହୁତ ଖୁସି। ଏହି ଯୋଡି ରିଅଲ ଲାଇଫରେ ପରସ୍ପରକୁ ଡ଼େଟ୍‌ କରୁଛନ୍ତି ବୋଲି ଶୁଣାଯାଉଛି। ଫିଲ୍ମ ଶୁଟିଂ ସମୟରେ ସାରା ଓ କାର୍ତ୍ତିକଙ୍କୁ ଏକା ସହ ବୁଲିବାରେ ମଧ୍ୟ ସ୍ପଟ୍‌ କରାଯାଇଥିଲା।

{"id":213239,"sizeSlug":"large"}

ସାରା ଓ କାର୍ତ୍ତିକ ନିଜ ଭାଲେଣ୍ଟାଇନ ଡେର ପ୍ଲାନ୍‌ ସେୟାର କରି ଦର୍ଶକଙ୍କୁ ଖୁସି କରିଛନ୍ତି। ଟ୍ରେଲର ଲଞ୍ଚ୍‌ ଅବସରରେ ମଧ୍ୟ ଦୁହେଁ ପରସ୍ପରଙ୍କ ସହ ବହୁତ ଖୁସି ଥିଲେ। ଭାଲେଣ୍ଟାଇନ ଡେ'ରେ ଫିଲ୍ମ ଦେଖିବାକୁ ଯାଇ ଉଭୟ ନାଇଟ୍‌ ଆଉଟ୍‌ ପ୍ଲାନ୍‌ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.