ବାପା ସୈଫ ଅଲ୍ଲୀ ଖାନଙ୍କ ସହ ସମ୍ପର୍କକୁ ନେଇ ଏପରି କହିଲେ ସାରା
13/03/2020 at 10:57 AM

ମୁମ୍ବାଇ ୧୩/୩: ସୈଫ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଫିଲ୍ମ ‘କେଦାରନାଥ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ସାରା ନିଜ ପରିବାରର ବହୁତ ନିକଟତର ଏବଂ ସେ ସବୁବେଳେ ନିଜ ପରିବାର ବିଷୟରେ କହିଥାଆନ୍ତି। କିଛି ଦିନ ତଳେ ଏକ ସାକ୍ଷାତକାରରେ ସୈଫ କହିଥିଲେ ଯେ ସାରା ଏବଂ ଇବ୍ରାହିମ୍ ଜନ୍ମ ହୋଇଥିବାବେଳେ ସେ ବହୁତ ସ୍ବାର୍ଥପର ଥିଲେ। ସାରାଙ୍କୁ ଯେତେବେଳେ ନିକଟରେ ସୈଫଙ୍କ ଏହି କମେଣ୍ଟର ରିଆକ୍ସନ୍ ପଚରାଯାଇଥିଲା ସେତେବେଳେ ସେ ସୈଫଙ୍କ ପ୍ରଶଂସା କରିଥିଲେ।

ସାରା କହିଥିଲେ ଯେ, ‘ ସେ ତାଙ୍କ ବାପାଙ୍କୁ ଭଲ ଭାବେ ଜାଣନ୍ତି। ସେ ପୂରାପୂରି ତାଙ୍କ ଭଳି ଏବଂ ସେ ଯେତେବେଳେ ଯାହା ଭାବନ୍ତି ତାହା କହି ଦିଅନ୍ତି। ତାଙ୍କ ବାପା ବହୁତ ମସ୍ତ। ସେ ତାଙ୍କ ସହ ରହୁନଥିଲେ,କିନ୍ତୁ ତଥାପି ସେ ସେମାନଙ୍କ ପାଖରେ ସବୁବେଳେ ଥିଲେ। ସେଥିପାଇଁ ସେ ଏକ ସ୍ପେଶାଲ ହଗ୍ ଡିସର୍ଭ କରନ୍ତି। ତାଙ୍କୁ କଲ୍ କରିବା ମାତ୍ରେ ସେ ସେମାନଙ୍କ ପାଖକୁ ପହଞ୍ଚି ଯାଉଥିଲେ।’

ସାରା ମଧ୍ୟ ଆଗକୁ କହିଥିଲେ,‘ ସେ ତାଙ୍କ ମାଆଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି। ତାଙ୍କ ମାଆ ସିଙ୍ଗଲ୍ ମଦର ଥିଲେ ଏବଂ ସେ ଆଜି ଯାହା ବି ଅଛନ୍ତି ତାହା କେବଳ ତାଙ୍କ ମାଆଙ୍କ ପାଇଁ। ସେ ସବୁଦିନ ସାରାଙ୍କୁ କହିଥାଆନ୍ତି ଯେ ସେ ତାଙ୍କୁ କେତେ ଭଲ ପାଆନ୍ତି। ’

ସୈଫ କହିଥିଲେ,‘ ତାଙ୍କଠାରେ ଏବେ ଆଗ ଅପେକ୍ଷା ଅଧିକ ଧୈର୍ଯ୍ୟ ଆସି ଯାଇଛି। ଯେତେବେଳେ ସାରା ଏବଂ ଇବ୍ରାହିମ୍ ଛୋଟ ଥିଲେ ସେ ତାଙ୍କ କ୍ୟାରିୟର ପ୍ରତି ଧ୍ୟାନ ଦେଉଥିଲେ। ସେତେବେଳେ ସେ ଜାଣିନଥିଲେ ଯେ ସେ କ’ଣ କରିବେ। ଯେତେବେଳେ ସେମାନଙ୍କୁ ସମୟ ଦେବାକୁ କଥା ପଡ଼ୁଥିଲା ସେତେବେଳେ ସେ ସ୍ବାର୍ଥପର ହୋଇଯାଉଥିଲେ। ’
