Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମୁମ୍ୱାଇ ରାସ୍ତାରେ ରାତିରେ ସାଇକେଲ ଚଲାଇବା ସମୟରେ ସ୍ପଟ କରାଗଲା ସାରା ଅଲ୍ଲୀଙ୍କୁ

24/02/2019 at 3:22 PM

ମୁମ୍ୱାଇ୨୪|୨: କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିବା ସାରା ଅଲି ଖାନ ଶୀମ୍ୱା ଚଳଚ୍ଚିତ୍ରର ସଫଳତା ପରେ ଏବେ ତାଙ୍କ ନୂଆ କାମରେ ବ୍ୟସ୍ଥ ଅଛନ୍ତି। ବଲିଉଡ ନବାବ ସୈଫ ଅଲି ଖାନ ଓ ଅମୃତାଙ୍କ ଝିଅ ସାରା ଅଲି ଖାନ ସିନେମା ଜଗତରେ ପାଦ ଦେଉ ଦେଉ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଖୁବ କମ ସମୟରେ ସାରା ବେଶ ପ୍ରତିଷ୍ଠା ମଧ୍ୟ ଲାଭ କରିଛନ୍ତି। ସାରାଙ୍କର ପରବର୍ତ୍ତି ଚଳଚ୍ଚିତ୍ର ବିଷୟରେ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଶନିବାର ଦିନ ମୁମ୍ୱାଇରେ ସାରାଙ୍କୁ ସାଇକେଲ ଚଲେଇବା ସମୟରେ ସ୍ପଟ କରାଯାଇଥିଲା।
ଏବେ ସାରାଙ୍କର ନୂଆ ଫଟୋ ସୋସିଆଲ ମିଡିଆରେ ଛାଇ ଜାଇଛି। ହଳଦିଆ ରଂଗର ପ୍ୟାଣ୍ଟ ଓ ଧଳା ରଂଗର ଟି-ସର୍ଟରେ ସାରାଙ୍କୁ ସାଇକେଲ ସହ ସହ ସ୍ପଟ କରାଯାଇଥିଲା। ଗତ କିଛି ଦିନ ତଳେ ସାରା ନିଜ ମା ଅମୃତା ସିଂଙ୍କ ଘରୁ ସିଫ୍ଟ କରିଥିବା ଯୋଗୁଁ ବେଶ ଚର୍ଚ୍ଚାରେ ଥିଲେ। ତେବେ ଗୋଟେ ସାକ୍ଷାତକାରରେ ସାରା ନିଜ ଘର ଛାଡିବା ଖବର ଭୁଲ ବୋଲି କହିଥିଲେ। ସେ ତାଙ୍କ ମାଁଙ୍କ ସହ ବହୁତ ଖୁସିରେ ଏବେ ମଧ୍ୟ ରହୁଛନ୍ତି ବୋଲି ସାରା କହିଛନ୍ତି।
କେଦାରନାଥରେ ସାରାଙ୍କ ବିପକ୍ଷରେ ଶୁସାନ୍ତ ସିଂହ ରାଜପୁତ ଅଭିନୟ କରିଛନ୍ତି। ସାରା ଓ ଶୁସାନ୍ତଙ୍କ ରିଲେସନ ଏବେ ବେଶ ଚର୍ଚ୍ଚାରେ। ରିପୋର୍ଟ ଅନୁସାରେ ଉଭୟଙ୍କର ସ୍ପେଶାଲ ବଣ୍ଡିଙ୍ଗ ବିଷୟରେ ପୁରା ଇଣ୍ଡଷ୍ଟ୍ରି କଥା ବାର୍ତ୍ତା କରୁଛି। ଶୁସାନ୍ତଙ୍କ ଜନ୍ମଦିନରେ ସାରା ତାଙ୍କ ବ୍ୟସ୍ତତାରୁ ସମୟ କାଢି ଅଧା ରାତିରେ ଶୁସାନ୍ତଙ୍କୁ ୱିସ୍‌ କରିବାକୁ ପହଞ୍ଚିଥିଲେ।
ତେବେ ଏହି କାରଣରୁ ଦୁହିଁଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ଚାଲିଛି। ସାରା ତାଙ୍କ ସ୍ୱାସ୍ଥ ପରିବର୍ତ୍ତନ ବିଷୟରେ ସବୁ ବେଳେ କୁହନ୍ତି। ସେ କହିଥିଲେ ଯେ ୱାର୍କଆଉଟ୍‌ ପରେ ତାଙ୍କୁ ଗରମ ପାଣି ଓ ପତ୍ରକୋବି ଖାଇବାକୁ ଭଲ ଲାଗେ। ଏହା ସହ ସେ ଗୋଟେ କପ କଫି ମଧ୍ୟ ପିଅନ୍ତି। ସାରାଙ୍କୁ ଅଣ୍ଡା ଓ ଚିକେନ ଖାଇବା ବହୁତ ପସନ୍ଦ। ଚାଇନିଜ ଡିସ୍‌ ଖାଇବାକୁ ପସନ୍ଦ କରନ୍ତି ସାରା।

   Related Posts