ସୈଫ୍ ଅଲି ଖାନ ଓ ଅମୃତା ସିଂହଙ୍କ ବିବାହ ବିଚ୍ଛେଦ ନେଇ ଏମିତି କହିଲେ ସାରା ଅଲି ଖାନ

Published By : Prameya-News7 Bureau | August 05, 2021 IST

ମୁମ୍ବାଇ ୦୫/୦୮ : ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା। ସେ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି। ତାଙ୍କର ଏହି ଅନ୍ଦାଜ ପୁଣିଥରେ ଦେଖିବାକୁ ମିଳିଛି। ଏକ ସାକ୍ଷାତକାରରେ ସାରା ନିଜ ପିତାମାତାଙ୍କ ଛାଡପତ୍ର ବିଷୟରେ କହିଛନ୍ତି। ସେ କହିଛନ୍ତି, ଏହା ବହୁତ ସରଳ। ଯଦି ଆପଣ ଦେଖନ୍ତି, ଦୁଇଟି ବିକଳ୍ପ ଅଛି। ସେହି ଘରେ ରୁହନ୍ତୁ ଯେଉଁଠାରେ କେହି ଖୁସି ନୁହଁନ୍ତି କିମ୍ବା ଅଲଗା ଅଲଗା ରୁହନ୍ତୁ ଯେଉଁଠାରେ ସମସ୍ତେ ନିଜ ନିଜ ଦୁନିଆରେ ଖୁସି।

{"id":491416,"width":732,"height":411,"sizeSlug":"full","linkDestination":"none"}

ଏହିଭଳି ଆପଣଙ୍କୁ ଏକ ଭିନ୍ନ ପ୍ରକାରର ପ୍ରେମ ଏବଂ ସମ୍ପର୍କର ଉଷ୍ମତା ଦେଖିବାକୁ ମିଳିବ। ମୁଁ ମୋ ମା ସହିତ ରହେ। ସେ ମୋର ସବୁଠାରୁ ଭଲ ବନ୍ଧୁ। ସେ ହିଁ ମୋ ପାଇଁ ସବୁକିଛି। ମୋ ବାପା ବି ସବୁବେଳେ ଫୋନରେ ମୋ ସହ କଥାବାର୍ତ୍ତା କରନ୍ତି। ମୋର ଯେତେବେଳେ ଇଚ୍ଛା ହୁଏ ମୁଁ ତାଙ୍କୁ ଭେଟିପାରେ। ମୋତେ ଲାଗୁଚି ଯେ ଦୁହେଁ ଏକାଠି ଖୁସି ନଥିଲେ ସେଥିପାଇଁ ସେହି ସମୟରେ ପରସ୍ପର ଠାରୁ ଅଲଗା ହୋଇଯିବା ନିଷ୍ପତ୍ତି ଠିକ ଥିଲା। ଦୁହେଁ ବର୍ତ୍ତମାନ ନିଜ ନିଜ ଦୁନିଆରେ ଖୁସି ଅଛନ୍ତି ଏବଂ ଏଥିପାଇଁ ସେମାନଙ୍କର ପିଲାମାନେ ମଧ୍ୟ ଖୁସି ଅଛନ୍ତି। ଯଦି ଆମେ ସମସ୍ତେ ଖୁସି ତେବେ ସବୁ କିଛି ନା କିଛି କାରଣ ପାଇଁ ହିଁ ଘଟିଥାଏ।

{"id":491415,"width":677,"height":380,"sizeSlug":"full","linkDestination":"none"}

ସାରାଙ୍କ ପିତାମାତା ସୈଫ ଅଲି ଖାନ ଏବଂ ଅମୃତା ସିଂ ବିବାହର ୧୩ ବର୍ଷ ପରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେଇଥିଲେ। ୧୯୯୯ ରେ ଦୁହେଁ ଗୁପ୍ତ ଭାବରେ ବିବାହ କରିଥିଲେ ଏବଂ ଏହା ପରେ ତାଙ୍କର ଦୁଇ ସନ୍ତାନ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ହୋଇଥିଲେ। ବିବାହ ବିଚ୍ଛେଦ ପରେ ଉଭୟ ପିଲାଙ୍କ ହେପାଜତ ଅମୃତା ସିଂହଙ୍କୁ ମିଳିଥିଲା। ଅମୃତାଙ୍କଠାରୁ ଛାଡପତ୍ର ପରେ ସୈଫ ୨୦୧୨ ରେ କରୀନା କପୁରଙ୍କ ସହ ପ୍ରେମ ବିବାହ କରିଥିଲେ। କରୀନାଙ୍କୁ ବିବାହ କରିବା ପରେ ସୈଫ ଦୁଇଟି ସନ୍ତାନର ପିତା ହୋଇଛନ୍ତି। ପ୍ରଥମ ପୁଅ ତୈମୁର ଅଲି ଖାନ ୨୦୧୬ ରେ ଜନ୍ମ ହୋଇଥିବାବେଳେ ଦ୍ୱିତୀୟ ପୁଅ ଚଳିତ ବର୍ଷ ଫେବୃଆରୀ ୨୧ ରେ ଜନ୍ମ ହୋଇଛି ଯାହାର ନାମ ଜେହ ଅଲି ଖାନ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.