ସାରା ଅଲ୍ଲୀ ଖାନ ଛାଡିଲେ ମାଁ ଅମୃତା ସିଂହଙ୍କ ଘର ! ଜାଣନ୍ତୁ କାରଣ

Published By : Prameya-News7 Bureau | February 14, 2019 IST

wp:heading {"level":5}
 ମୁମ୍ବାଇ୧୪|୨: ସାରା ଅଲି ଖାନ କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ବଲିଉଡ ନବାବ ସୈଫ ଅଲି ଖାନ ଓ ଅମୃତାଙ୍କ ଝିଅ ସାରା ଅଲି ଖାନ ସିନେମା ଜଗତରେ ପାଦ ଦେଉ ଦେଉ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଏହା ସହ ସୈଫଙ୍କ ଝିଅ ହୋଇଥିବାରୁ ଓ ନିଜ ବୋଲ୍‌ଡ ଲୁକ୍‌ ଏବଂ ପରିଧାନ ଶୈଳୀ ପାଇଁ ସାରା ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଡେବ୍ୟୁ ଚଳଚ୍ଚିତ୍ର କେଦାରନାଥ ପରେ ସାରାଙ୍କ ଦ୍ୱିତୀୟ ଫିଲ୍ମ ଶୀମ୍ୱା ରିଲିଜ ହୋଇଥିଲା।
/wp:heading {"id":85115,"width":593,"height":333}
wp:heading {"level":5}
ଶୀମ୍ୱା ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ରଣବୀର ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିବାହ ପରେ ରଣବୀରଙ୍କର ପ୍ରଥମ ସିନେମା ଶିମ୍ୱା ରିଲିଜ ହୋଇଥିଲା। ରଣବୀର ସିଂହ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୟ ଶୀମ୍ୱା ବକ୍ସ ଅଫିସ୍‌ରେ ଧମାଲ କରିଛି। ଉଭୟଙ୍କ ଯୋଡି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ମଧ୍ୟ ଆସିଛି। ତେବେ ସାରା ଏବେ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସାରା ନିଜ ଘର ଛାଡିଥିବା ଚର୍ଚ୍ଚା ହେଉଛି ।   
/wp:heading {"id":85116,"width":592,"height":333}
wp:heading {"level":5}
ସାରାଙ୍କୁ ନିଜ ମା ଅମୃତା ସିଂଙ୍କ ଘରୁ ସିଫ୍ଟ କରିଥିବା ଫଟୋଗ୍ରାଫର୍ ସ୍ପଟ୍‌ କରିଛନ୍ତି। ସୈଫ ଅଲି ଖାନଙ୍କ ଲାଡଲୀ ସାରା ନିଜ ମାଁ ଅମୃତାଙ୍କ ଘରୁ ଜିନିଷ ପତ୍ର ସିଫ୍ଟ କରୁଥିଲେ। ଏମିତି ଲାଗୁଥିଲା ଯେମିତି ଙ୍କ ମାଁଙ୍କଠୁ ଅଲଗା ରହିବେ ସାରା। ମା ବାପାଙ୍କ ଘର ଛାଡି ଅଲଗା ରହିବା ବଲିଉଡ କିଡସ୍‌ଙ୍କର ଟ୍ରେଣ୍ଡ ହୋଇଯାଇଛି। ସାରାଙ୍କ କେସ୍‌ କିନ୍ତୁ ଅଲଗା, ତାଙ୍କ ମାଁ ସହ ତାଙ୍କର କିଛି ଝଗଡା ହୋଇନାହିଁ। ବଲିଉଡ ଷ୍ଟାର କିଡସ୍‌ ବରୁଣ, ଆଲିୟା, ରଣବୀରଙ୍କ ଭଳି ସେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସାରା ମଧ୍ୟ ଇଣ୍ଡିପେନଡେଣ୍ଟ ରହିବାର ମଜା ଚାଖିବାକୁ ଚାହାନ୍ତି।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.