ଏହି ସୁପରହିଟ୍ ଅଭିନେତାଙ୍କ ସହ କାମ କରିବାକୁ ଚାହାନ୍ତି ନାହିଁ ସାରା ଅଲ୍ଲୀ ଖାନ୍ : ଜାଣନ୍ତୁ କିଏ

Published By : Prameya-News7 Bureau | May 10, 2019 IST

ମୁମ୍ବାଇ୧୦/୫: ଗତ ବର୍ଷ ପରକୁ ପର ଦୁଇଟି ହିଟ୍ ଫିଲ୍ମ ଦେଇଥିବା ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ। ସାରା ଅଲ୍ଲୀ ଖାନ୍ ଖୁବ ଶୀଘ୍ର ଫିଲ୍ମ ‘ଲଭ ଆଜ କଲ-୨’ ରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ସହ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଉଭୟଙ୍କ ଯୋଡ଼ି ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।

{"id":110449,"width":594,"height":297}

ସାରାଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ତାଙ୍କ ପାଖରେ ପ୍ରୋଜେକ୍ଟର ସୁଅ ଛୁଟିଥିଲା। କିନ୍ତୁ ସାରା ଅଲ୍ଲୀ ଖାନ୍ ଭାବିଚିନ୍ତି ଫିଳ୍ମ ସାଇନ୍ କରୁଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସାରା ଅଭିନେତା ବିକି କୈାଶଲଙ୍କ ସହ ଫିଲ୍ମ କରିବା ନିମନ୍ତେ ଆପ୍ରୋଚ୍ କରାଯାଇଥିଲା।

{"id":110450,"width":595,"height":340}

କିନ୍ତୁ ସାରା ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଶହିଦ ଉଧମ ସିଂହଙ୍କ ବାୟୋପିକରେ କାମ କରିବା ପାଇଁ ମେକର୍ସ ସାରାଙ୍କୁ ସମ୍ପର୍କ  କରିଥିଲେ।

{"id":110451,"width":595,"height":333}

କିନ୍ତୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଉଧମ ସିଂହଙ୍କ ବାୟୋପିକରେ ସାରାଙ୍କୁ ନିଜର ଟ୍ୟାଲେଣ୍ଟ ଦେଖାଇବାର ସୁଯୋଗ ମିଳିନଥାନ୍ତା। ଏହି ଫିଲ୍ମରେ ସାରାଙ୍କ ଭୂମିକା  ଏତେ ଦମଦାର ନଥିଲା। ଏହା ବ୍ୟତୀତ ବିକି କୈାଶଲଙ୍କ ଫିଲ୍ମର ଡେଟ୍ ମଧ୍ୟ ତାଙ୍କ ଫିଲ୍ମ ‘ଲଭ ଆଜ କଲ -୨’ ସହ କ୍ଲାସ୍ କରୁଥିଲା।

{"id":110452,"width":595,"height":330}

ଏହିସବୁ କାରଣ ପାଇଁ ସାରା ଏହି ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। ସାରା ଏବେ ଦିଲ୍ଲୀରେ ‘ଲଭ ଆଜ କଲ-୨’ ର ସୁଟିଂରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.