Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହଙ୍କ ନାଁ ସାମ୍ନାକୁ ଆଣିଲେ ରିୟା: ଏନ୍‌ସିବି ରାଡ଼ାରରେ ଅନେକ ବଲିଉଡ୍ ସେଲିବ୍ରିଟି

12/09/2020 at 10:58 AM

ମୁମ୍ବାଇ ୧୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ଷୌଭିକ୍ ଚକ୍ରବର୍ତୀଙ୍କ ସମେତ ୬ଜଣଙ୍କୁ ଏନସିବି ଗିରଫ କରିଛି | ମିଡ଼ିଆ ରିପୋର୍ଟ ଅନୁଯାୟୀ, ରିୟା ଚକ୍ରବର୍ତୀ ଏନସିବି ସମ୍ମୁଖରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି | ରିୟା ଓ ଷୌଭିକଙ୍କ ହ୍ୱାଟ୍ସଆପ ଚାଟରୁ ମଧ୍ୟ ଏହା ଖୁଲାସା ହୋଇଛି | ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏନସିବି ଟାର୍ଗେଟରେ ବର୍ତ୍ତମାନ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା ଅଛନ୍ତି | ରିୟା ଏନସିବି ସମ୍ମୁଖରେ ଏହି ୩ଜଣଙ୍କ ନାଁ ନେଇଛନ୍ତି |

ରିୟା ଏନସିବି ସମ୍ମୁଖରେ ଦାବି କରିଛନ୍ତି ଯେ ଏହି ୩ଜଣ ଡ୍ରଗ୍ସ ନେଉଥିଲେ | ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ଏନସିବିକୁ ଦେଇଥିବା ୨୦ ପୃଷ୍ଠାର ବୟାନରେ ରିୟା ବିଶେଷକରି ଏହି ୩ଜଣଙ୍କ ନାଁ ନେଇଛନ୍ତି | ଖବର ଅନୁଯାୟୀ, ଏନସିବି ବର୍ତ୍ତମାନ ବଲିଉଡର ଏ, ବି ଓ ସି ଗ୍ରେଡ଼ର କଳାକାର, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି ସେମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଯାଉଛି |

ଏହା ପୂର୍ବରୁ ଖବର ଆସିଥିଲା ଯେ ରିୟା ଚକ୍ରବର୍ତୀ ଏନସିବି ସମ୍ମୁଖରେ ୨୫ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି ଏବଂ ଏନସିବି ଏମାନଙ୍କୁ ସମନ ପଠାଇବ | ଏହି ତାଲିକାରେ ବଲିଉଡର ଏ ଗ୍ରେଡ଼୍ ସେଲିବ୍ରିଟି ସାମିଲ ଅଛନ୍ତି | ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲ୍ଲୀ ଖାନଙ୍କ ନାଁ ଥାଇଲ୍ୟାଣ୍ଡ ଯାତ୍ରାରେ ସାମ୍ନାକୁ ଆସିଥିଲା | ସେତେବେଳେ ସେ ସୁଶାନ୍ତ ସିଂହଙ୍କ ସହ ଯାଇଥିଲେ | ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କ ନାଁ ରିୟାଙ୍କ ହ୍ୱାଟ୍ସଆପ ଚାଟରୁ ସାମ୍ନାକୁ ଆସିଥିଲା | ଏହାଛଡା ଏନସିବି ସମ୍ମୁଖରେ ରିୟା ରକୁଲପ୍ରୀତ ସିଂହଙ୍କ ନାଁ ମଧ୍ୟ ନେଇଥିଲେ |  

   Related Posts