ବାରାଣସୀରେ ଏପରି ହୋଲି ଖେଳିଲେ ସାରା ଅଲ୍ଲୀ ଖାନ୍ : ଭାଇରାଲ୍ ହେଲା ଭିଡିଓ

Published By : Prameya-News7 Bureau | March 11, 2020 IST

ମୁମ୍ବାଇ ୧୧/୩: ଦେଶବ୍ୟାପି ହୋଲି ପର୍ବ ଆନନ୍ଦ ସହକାରେ ପାଳନ କରାଯାଇଛି। ବଲିଉଡ ଷ୍ଟାରମାନେ ମଧ୍ୟ ହୋଲି ପର୍ବ ଧୁମଧାମରେ ପାଳନ କରିଛନ୍ତି। ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ବାରାଣସୀରେ ହୋଲି ପାଳନ କରିଛନ୍ତି। ସାରା ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କୁ ଏହି ସୂଚନା ଦେଇଛନ୍ତି। ସାରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ସାରାଙ୍କ ଏହି ଭିଡିଓରେ ଫ୍ୟାନମାନେ ଅନେକ କମେଣ୍ଟ କରୁଛନ୍ତି।

wp:core-embed/instagram {"url":"https://www.instagram.com/p/B9jdWtKJxmT/","type":"rich","providerNameSlug":"instagram","className":""}
https://www.instagram.com/p/B9jdWtKJxmT/
/wp:core-embed/instagram

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂ ପାଇଁ ଉତ୍ତରପ୍ରଦେଶର ବାରାଣସୀ ପହଞ୍ଚିଛନ୍ତି। ଏହି ଫିଲ୍ମର ନିର୍ଦେଶନା ଆନନ୍ଦ ଏଲ୍ ରାୟ କରିଛନ୍ତି। ଫିଲ୍ମର ସୁଟିଂ ପାଇଁ ଏବର୍ଷ ତାଙ୍କୁ ଘରଠୁ ଦୂରରେ ରହିବାକୁ ପଡ଼ିଲା। ସାରା ଏଥର ରଙ୍ଗ ସହ ନୁହେଁ ବରଂ ଫୁଲରେ ହୋଲି ଖେଳିଛନ୍ତି। ସାରା ଯେଉଁ ଭିଡିଓ ସେୟାର କରିଛନ୍ତି ,ସେଥିରେ ସାରା ନିଜ ବନ୍ଧୁଙ୍କ ସହ ଗୋଲାପ ଫୁଲରେ ହୋଲି ଖେଳୁଥିବା ନଜର ଆସିଛନ୍ତି।

{"id":236368,"sizeSlug":"large"}

ସାରା ଏହି ଭିଡିଓକୁ ସେୟାର କରି କ୍ୟାପ୍ସନ୍ ଦେଇଛନ୍ତି,‘ବାରାଣସୀର ହୋଲି’। ସାରା ଏବଂ ତାଙ୍କ ବନ୍ଧୁ ପରସ୍ପର ଉପରେ ଗୋଲାପ ପାଖୁଡ଼ା ଫିଙ୍ଗୁଥିବା ନଜର ଆସିଛନ୍ତି। ଦୁହେଁ ମ୍ୟାଚିଂ ପୋଷାକ ପିନ୍ଧିଛନ୍ତି। ଏହି ଭିଡିଓରେ ଉଭୟେ ପିଙ୍କ ରଙ୍ଗର ସୁଟ୍ ପିନ୍ଧିଛନ୍ତି।

{"id":236370,"width":592,"height":338,"sizeSlug":"large"}

ନିକଟରେ ସାରା ନିଜ ଭାଇ ଇବ୍ରାହିମ୍ ଅଲ୍ଲୀ ଖାନଙ୍କ ସହ ବିକିନି ପିନ୍ଧି ପୋଜ୍ ଦେଇଥିବାବେଳେ ଚର୍ଚ୍ଚାକୁ ଆସିଥିଲେ। ଭାଇଙ୍କ ସହ ସୋସିଆଲ ମିଡିଆରେ ଏପରି ଫଟୋ ଦେଖି ଲୋକେ ଏଥିରେ ଖରାପ କମେଣ୍ଟ ଦେଇଥିଲେ।

{"id":236375,"sizeSlug":"large"}
Sara Ali Khan.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.