Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ପ୍ରଥମ ଥର ସାରା ଅଲ୍ଲୀ ଖାନ ନିଜ ଭାଇ ଇବ୍ରାହିମଙ୍କ ସହ ମାଗାଜିନ କଭରରେ ଆସିଲେ ନଜର, ଦେଖନ୍ତୁ ଫଟୋ

2/10/2019 at 4:40 PM

ବଲିଉଡରେ ଆଜିକାଲି ସାରା ଅଲ୍ଲୀ ଖାନ ବେଶ ଚର୍ଚ୍ଚାରେ ଅଛନ୍ତି। ଖୁବ କମ ସମୟରେ ସାରା ଫିଲ୍ମି ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦର୍ଶକଙ୍କ ଦିଲରେ ସୈଫଙ୍କ ଲାଡଲି ଝିଅ ରାଜ କରୁଛନ୍ତି।

ସାରାଙ୍କ ଜାଦୁ ଏବେ ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ସାରା ଛାଇ ଯାଇଛନ୍ତି। ସାରାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ଏବେ ନ୍ୟାସନାଲ କ୍ରସ୍‌ ମଧ୍ୟ ହୋଇସାରିଛନ୍ତି । ଏବେ ପୁଣିଥରେ ସାରା ନିଜ ଲେଟେଷ୍ଟ ଫଟୋଶୁଟ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି।

ଏଥର ଫଟୋଶୁଟ୍‌ରେ ତାଙ୍କ ଭାଇ ଇବ୍ରାହିମ ମଧ୍ୟ ନଜର ଆସିଛନ୍ତି। ଏକ ମାଗାଜିନ କଭର ପାଇଁ ସାରା ଅଲ୍ଲୀ ଖାନ ଓ ଇବ୍ରାହିମ ଅଲ୍ଲୀ ଖାନ ପ୍ରସିଦ୍ଧ ଡିଜାଇନର ଅବୁ ଜାନି ଓ ସନ୍ଦୀପ ଖୋସଲା ଡିଜାଇନ କରିଥିବା ଆଉଟ୍‌ଫିଟ୍‌ ପିନ୍ଧି ଫଟୋଶୁଟ କରିଛନ୍ତି। ଉଭୟ ଭାଇ ଭଉଣୀ ଏହି ଫଟୋରେ ବହୁତ କ୍ଲାସି ଦେଖାଯାଉଛନ୍ତି।

ଇବ୍ରାହିମ୍‌ ଏହି ଫଟୋରେ ବାପା ସୈଫ ଅଲ୍ଲୀ ଖାନ ଭଳି ଦେଖାଯାଉଛନ୍ତି। ଉଭୟ ଭାଇ ଭଉଣୀ ଖୁବ ଭଲ ବଣ୍ଡ ସେୟାର କରନ୍ତି। ଅଧିକାଂଶ ସମୟରେ ଦୁହେଁ ନିଜ ଫଟୋ ପୋଷ୍ଟ କରୁଥାନ୍ତି।  

ଶେଷ ଥର ପାଇଁ ସାରା ରକଣବୀର ସିଂହଙ୍କ ସହ ଫିଲ୍ମ ସିମ୍ବାରେ ନଜର ଆସିଥିଲେ। ଏବେ ତାଙ୍କ ଆଗାମୀ ଫିଲ୍ମ କୁଲି ନଂ ୧ ପାଇଁ ସେ କାମ କରୁଛନ୍ତି। ଏହି ଫିଲ୍ମରେ ସାରାଙ୍କ ବିପକ୍ଷରେ ବରୁଣ ଧୱନ ଅଭିନୟ କରୁଛନ୍ତି। ଏହା ବ୍ୟତୀତ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ସାରା ଆଗାମୀ ଫିଲ୍ମ ଲଭ ଆଜକଲ ୨ରେ ଅଭିନୟ କରିଛନ୍ତି।

 

   Related Posts