Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସାରା ଖାନଙ୍କ ପାର୍ଟି ପିକ୍‌ନିକ୍…ମସ୍ତି ମୁଡ୍‌ରେ ଭାଇ ଭଉଣୀ, ଅମ୍ରିତାଙ୍କ ଜେଟ୍‌ ସ୍କାଇ ରାଇଡ୍ ଭାଇରାଲ

3/01/2020 at 11:08 AM

ମୁମ୍ବାଇ୩|୧: ଖୁବ କମ ସମୟରେ ଫିଲ୍ମି ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ନିଜ ପରିବାର ସହ ମାଳଦ୍ବୀପରେ ଛୁଟି କାଟୁଛନ୍ତି। ନିକଟରେ ସାରା ତାଙ୍କ ମାଆ ଅମ୍ରିତା ସିଂହଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଭିଡିଓରେ ଉଭୟ ମାଆ ଝିଅ ଜେଟ୍‌ ସ୍କାଇ ରାଇଡ୍‌ କରୁଛନ୍ତି। ସାରା ଅମ୍ରିତାଙ୍କ କ୍ବାଲିଟି ଟାଇମ୍‌ ଏବେ ବେଶ ଚର୍ଚ୍ଚାରେ ରହିଛି। ସାରାଙ୍କ ଜାଦୁ ଏବେ ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ସାରା ଛାଇ ଯାଇଛନ୍ତି। ସାରାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ଏବେ ନ୍ୟାସନାଲ କ୍ରସ୍‌ ମଧ୍ୟ ହୋଇସାରିଛନ୍ତି ।   

 

ତେବେ ମାଳଦ୍ବୀପ ଫଟୋ ଓ ଭିଡିଓରେ ତାଙ୍କ ଭାଇ ଇବ୍ରାହିମ ମଧ୍ୟ ନଜର ଆସିଛନ୍ତି। ଇବ୍ରାହିମଙ୍କ ସହ ମଧ୍ୟ ସାରା ଅନେକ ଫଟୋ ସେୟାର କରିଛନ୍ତି। ସାରା ଓ ଇବ୍ରାହିମଙ୍କ ଲେଟେଷ୍ଟ ଫଟୋଶୁଟ୍‌ ଖୁବ ଚର୍ଚ୍ଚାରେ ଥିଲା। ଉଭୟ ଭାଇ ଭଉଣୀଙ୍କ କ୍ଲାସି ଫଟୋଶୁଟ୍‌ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏବେ ଭେକେସନ୍‌ର ଫଟୋରେ ମଧ୍ୟ ଉଭୟ ପୁଲ୍‌ ଭିତରେ ଏନ୍‌ଜୟ କରିବାରେ ନଜର ଆସିଛନ୍ତି। ଫଟୋରେ ଭାଇ ଭଉଣୀଙ୍କ ବଣ୍ଡିଙ୍ଗ ଜବରଦସ୍ତ ଲାଗୁଛି।    

ଶେଷ ଥର ପାଇଁ ସାରା ରଣବୀର ସିଂହଙ୍କ ସହ ଫିଲ୍ମ ‘ସିମ୍ବାରେ’ ନଜର ଆସିଥିଲେ। ଏବେ ତାଙ୍କ ଆଗାମୀ ଫିଲ୍ମ ‘କୁଲି ନଂ ୧’ ରିଲିଜ ହେବ। ଫିଲ୍ମରେ ସାରାଙ୍କ ବିପକ୍ଷରେ ବରୁଣ ଧୱନ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମ ‘କୁଲି ନଂ ୧’ ର ଏକ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟରରେ ବରୁନ ଓ ସାରା ୱେଡିଂ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ବରୁନ ଓ ସାରାଙ୍କର ଏହି ପୋଷ୍ଟରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

ଏହା ବ୍ୟତୀତ ସାରାଙ୍କର ଆଗାମୀ ଫିଲ୍ମ ‘ଲଭ ଆଜକଲ ୨’ ମଧ୍ୟ ଖୁବ ଶୀଘ୍ର ରିଲିଜ ହେବ। ଏହି ଚଳଚ୍ଚିତ୍ରରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

   Related Posts