Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବ୍ୟାକଲେସ୍ ରେ ନଜର ଆସିଲେ ସାରା ଅଲି ଖାନ୍ : ଭାଇରାଲ ହେଉଛି ସାରାଙ୍କ ବୋଲ୍ଡ ଫଟୋ

12/09/2021 at 8:43 AM

ମୁମ୍ବାଇ ୧୨/୦୯ : ବଲିଉଡର ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ସାରା ଅଲି ଖାନଙ୍କ ଷ୍ଟାଇଲ୍ ଓ ବୋଲ୍ଡ ଅନ୍ଦାଜ୍ ପାଇଁ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଛନ୍ତି । ସାରା ଅଲି ଖାନ ଅନେକ ସମୟରେ ବିଭିନ୍ନ ଫଟୋ ଏବଂ ଭିଡିଓରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ସାରାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୋଇଥାଏ । ସାରାଙ୍କର ଦେଶୀ ଅବତାର ହେଉ କିମ୍ବା ବୋଲ୍ଡ ଅବତାର, ସାରାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସିଥାଏ । ହେଲେ ଏବେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସମାନେ ଦେଖି ଝୁବ୍ ପସନ୍ଦ କରୁଛନ୍ତି । ସାରାଙ୍କ ଏଭଳି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିକଟରେ ସାରା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଓ ମାଲଦ୍ୱୀପର ଫଟୋ ସେୟାର କରିଛନ୍ତି। ତେବେ ସାରା ଏହି ଫଟୋ ଖୁବ୍ ସୁନ୍ଦର ଦେଖାଯାଉଥିବାବେଳେ, ଫଟୋରେ ସାରାଙ୍କର ସେକ୍ସି ଦେଖାଉଥିବାର ନଜର ଆସିଛନ୍ତି । ଫ୍ୟାନ୍ସମାନେ ସାରାଙ୍କର ଏହି ଫଟୋ ଦେଖି ମତୁଆଲା ହୋଇଛନ୍ତି । ସାରା ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଆପଣ ପ୍ରତିଦିନ ଅମଳ କରୁଥିବା ଫସଲ ଅନୁଯାୟୀ ନୁହେଁ, ବରଂ ଆପଣ ଲଗାଇଥିବା ଫସଲ ମଞ୍ଜି ଅନୁଯାୟୀ ଦେଖନ୍ତୁ ‘ । ତେବେ ରୋବର୍ଟ ଲୁଇ ଷ୍ଟିଭେନ୍ସନଙ୍କ ଦ୍ୱାରା କୁହାଯାଇଥିବା ଏହି କଥା ଜୀବନ ପାଇଁ ଏକ ବଡ଼ ଶିକ୍ଷା ଅଟେ ।

ସାରା ଅଲି ଖାନ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ କେଦାରନାଥ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସାରା ରଣଭୀର ସିଂଙ୍କ ବିପକ୍ଷରେ ସିମ୍ବା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ତେବେ ସାରା ଅଲି ଖାନ ଖୁବ୍ ଶୀଘ୍ର ଅତ୍ରଙ୍ଗି ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସାରାଙ୍କ ସହ ଅକ୍ଷୟ କୁମାର ଏବଂ ଧନୁଷ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

   Related Posts