ମୁମ୍ବାଇ୬|୧: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବେ ଭେକେସନ୍ ମୋଡ୍ରେ ଅଛନ୍ତି। ନିକଟରେ ସାରା ସୋସିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଗୁଡିକରେ ସେ ନିଜ ଛୁଟି ବିତାଇବା ଓ ଏନ୍ଜଏ କରୁଖଥିବାର ନଜର ଆସିଛନ୍ତି। ଫିଲ୍ମରୁ ବ୍ରେକ୍ ନେଇ ନ୍ୟୁ ଇୟରକୁ ଖୁବ ଧୁମ୍ଧାମ୍ରେ ପାଳୁଛନ୍ତି ସାରା।
{"id":207705,"width":584,"height":418,"sizeSlug":"large"}ଏବେ ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ସାରା। ଭେକେସନର କିଛି ଖାସ ମୂହୁର୍ତ୍ତକୁ ସାରା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସାରା କିଛି ଅଣ୍ଡର ଓ୍ଵାଟର ଫଟୋ ସୋୟାର କରିଛନ୍ତି। ଫଟୋ ଗୁଡ଼ିକରେ ସାରା ଡିପ୍ ସି ଡାଇଭିଂର ମଜା ନେଉଥିବାର ନଜର ଆସିଛନ୍ତି।
{"id":207707,"width":579,"height":439,"sizeSlug":"large"}ମା' ଅମୃତା ସିଂ ଓ ଭାଇ ଇବ୍ରାହିମ୍ ଅଲ୍ଲୀ ଖାନ୍ଙ୍କ ସହ ମଧ୍ୟ ଫଟୋ ଉଠାଇ ସେୟାର କରିଛନ୍ତି ଏହି ଅଭିନେତ୍ରୀ। ଫଟୋ ଶେୟାର କରି ସାରା କ୍ୟାପ୍ସନ ଲେଖିଛନ୍ତି ଯେ 'ଡିପ୍ ସି ଡାଇଭିଂ, ଫିଶେସ୍ ଭାଇଭିଂ'। ଅଭିନେତ୍ରୀଙ୍କର କିଛି ବିକିନି ଫଟୋ ଓ ଭିଡିଓ ଯୋଗୁଁ ଇଣ୍ଟରନେଟ୍ରେ ନିଆଁ ଲାଗିଛି। ଦର୍ଶକ ମଧ୍ୟ ଏହି ଫଟୋ ଗୁଡିକୁ ବେଶ୍ ପସନ୍ଦ କରିଛନ୍ତି।
{"id":207709,"width":580,"height":645,"sizeSlug":"large"}ଫ୍ୟାମିଲି ସହ ନୂଆବର୍ଷ ପାଳି ସାରା ନିଜ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରିବାକୁ ହାତଛଡ଼ା କରି ନାହାନ୍ତି ଅଭିନେତ୍ରୀ ସାରା। ମାଆ ଓ ଭାଇଙ୍କ ସହ ସମୁଦ୍ର ଢେଉର ମଜା ଉଠାଇଛନ୍ତି ସାରା। ଭେକେଶନର ଏହି ଫଟୋରେ ସାରା ବିକିନି ପିନ୍ଧିଛନ୍ତି। ଏହି ଫଟୋ ଗୁଡିକରେ ସେ ଖୁବ ବୋଲ୍ଡ ଓ ସେକ୍ସି ଲାଗୁଛନ୍ତି।
{"id":207710,"width":583,"height":453,"sizeSlug":"large"}ସାରାଙ୍କ ଆଗାମୀ ଫିଲ୍ମ କୁଲି ନମ୍ବର ୧ କିଛି ଦିନ ମଧ୍ୟରେ ରିଲିଜ ହେବ। ଏହି ଫିଲ୍ମରେ ସାରା ବରୁନ ଧୱନଙ୍କ ସହ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ୍ ଧୱନ।
{"id":207711,"width":576,"height":539,"sizeSlug":"large"}ଏହି ଚଳଚ୍ଚିତ୍ର ଗୋବିନ୍ଦାଙ୍କ ଫିଲ୍ମ କୁଲି ନମ୍ବର ୧ର ରିମେକ ବୋଲି କୁହାଯାଉଛି। ଏହା ବ୍ୟତୀତ ସାରା ‘ଲଭ ଆଜ କଲ ୨’ଫିଲ୍ମରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସାରା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନୟ କରିଛନ୍ତି। ଉଭୟ ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଦର୍ଶକ ଅଛନ୍ତି।
wp:core-embed/instagram {"url":"https://www.instagram.com/p/B68Ljj7JlyK/","type":"rich","providerNameSlug":"instagram","className":""} /wp:core-embed/instagram wp:core-embed/instagram {"url":"https://www.instagram.com/p/B69-1ekJo4d/","type":"rich","providerNameSlug":"instagram","className":""} /wp:core-embed/instagram