ସାରା ଅଲ୍ଲୀ ଖାନ ପାଣିରେ ଥାଇ ଲଗାଇଲେ ନିଆଁ, ସୋସିଆଲ ମିଡିଆରେ ଫଟୋ କରୁଛି ଧମାଲ

Published By : Prameya-News7 Bureau | October 24, 2019 IST

ମୁମ୍ବାଇ୨୪|୧୦: ଖୁବ କମ ସମୟମଧ୍ୟରେ ବଲିଉଡରେ ନିଜର ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଲାଡଲି ସାରା ଅଲ୍ଲୀ ଖାନ।ଏବେ ଦର୍ଶକଙ୍କ ଦିଲରେ ରାଜ କରନ୍ତି ସାରା। ସାରାଙ୍କ ଅଭିନୟ ଯୋଗୁଁ ସେ ଆଜି ଏହି ସମଗ୍ର ଭାରତବାସୀଙ୍କ ଦିଲ ଜିତିଛନ୍ତି। ସାରା ନିଜ ଅଭିନୟ ବ୍ୟତୀତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

{"id":174057,"width":600,"height":376}

ଆଜିକାଲି ସାରା ସୋସିଆଲ ମିଡିଆରେ ଧମାଲ କରୁଛନ୍ତି। ସାରା ଏବେ ନିଜ ଆଗାମୀ ଫିଲ୍ମ କୁଲି ନଂ ୧ର ଶୁଟିଂରେ ବ୍ୟସ୍ଥ ଅଛନ୍ତି। ହେଲେ ନିଜ ବ୍ୟସ୍ତ ସ୍କେଡ୍ୟୁଲରୁ ସମୟ ବାହାର କରି ସେ ବୁଲିବାକୁ ଯାଇଛନ୍ତି। ନିଜ ହଲିଡେର ଫଟୋ ସେୟାର କରିଛନ୍ତି ସାରା। ସାରା ଛୁଟି ବିତାଇବାକୁ ଶ୍ରୀଲଙ୍କା ଯାଇଛନ୍ତି।

{"id":174058,"width":588,"height":513}

 ସୋସିଆଲ ମିଡିଆରେ ସାରା ଲଗାତାର ଫଟୋ ପୋଷ୍ଟ କରୁଛନ୍ତି। ଫଟୋରେ ସାରା ବିଦେଶର ମାହୋଲ ଏନ୍‌ଜୟ କରିବାରେ ନଜର ଆସିଛନ୍ତି। ତାଙ୍କର ଏକ ସୁଇମିଂ ପୁଲ ଫଟୋ ଦର୍ଶକ ବେଶ ପସନ୍ଦ କରୁଛନ୍ତି।ସବୁ ଫଟୋରେ ସାରା ଅଲଗା ଅଲଗା ପୋଜ ଦେଇଛନ୍ତି।ଫଟୋରେ ସାରାଙ୍କ ଅନ୍ଦାଜ ଦେଖି ଫ୍ୟାନ୍ସ ପାଗଳ ହୋଇଛନ୍ତି।

{"id":174067,"width":576,"height":616}

ସାରାଙ୍କର ଏହି ଫଟୋ ଦର୍ଶକ ବେଶ ପସନ୍ଦ କରୁଛନ୍ତି।ସାରା ନିଜ ଫଟୋ ପୋଷ୍ଟ କରିବା କିଛି ସମୟ ମଧ୍ୟରେ ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

{"id":174061}

ପ୍ରଶଂସକ ଏହି ଫଟୋର ଖୁବ ପ୍ରଶଂସା କରିଛନ୍ତି। ଫଟୋ ସେୟାର କରି ସାରା “ଲେଡି ଇନ୍‌ ଶ୍ରୀଲଙ୍କା” କ୍ୟାପସନ ଦେଇଛନ୍ତି। ଫଟୋ ସହ ସାରାଙ୍କର ସୁଇମିଂ ପୁଲର ଭିଡିଓ ମଧ୍ୟ ଭାଇରାଲ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.