Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସାରାଙ୍କୁ କିସ୍‌ କରିବାକୁ ଚାହିଁଲେ ଫ୍ୟାନ୍… କେମିତି ରିଆକ୍ଟ କଲେ ସିମ୍ବା ଷ୍ଟାର

10/01/2020 at 12:33 PM

ମୁମ୍ୱାଇ୧୦|୧: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପ୍ରତିଦିନ ଜିମ୍‌ ବାହାରେ ନିଜ ଫ୍ୟାନ୍ସଙ୍କୁ ଦେଖା କରନ୍ତି। କେବଳ ସେତିକି ନୁହେଁ ସେ ନିଜ ଫ୍ୟାନ୍ସଙ୍କ ସହ ଫଟୋ ମଧ୍ୟ ଉଠାନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଦେଖି ସାରା ନିଜେ ଆଚମ୍ବିତ ହୋଇଛନ୍ତି। ଜିମ୍‌ ବାହାରେ ସାରା ନିଜ ଫ୍ୟାନ୍ସଙ୍କ ସହ ଫଟୋ ଉଠାଇବା ସମୟରେ ଜଣେ ଫ୍ୟାନ୍ ତାଙ୍କ ହାତ ଟାଣି କିସ୍‌ କରିବାକୁ ଚେଷ୍ଟା କରିଥିଲା। ଏଥିପାଇଁ ତାଙ୍କ ବଡିଗାର୍ଡ ସାମ୍ନାକୁ ଆସି ଫ୍ୟାନଙ୍କୁ ଅଟକାଇଥିଲେ ଓ ଯାଗା ଛାଡି ଯିବାକୁ କହିଥିଲେ।    

ଫ୍ୟାନଙ୍କର ଏଭଳି ବ୍ୟବହାର ଦେଖି ସାରା ଆଶ୍ଚର୍ଯ୍ୟ ହୋଇଥିଲେ। ସାରାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ Viral Bhayani ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଓ ସାରାଙ୍କ ଫ୍ୟାନ୍ସ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଜିକାଲି ସାରା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି।

କିଛି ଦିନ ତଳେ ସାରା ନିଜର ଅନେକ ଭିଡିଓ ଓ ଫଟୋ ସେୟାର କରିଥିଲେ। ଏହି ଫଟୋ ଗୁଡିକରେ ସେ ନିଜ ଛୁଟି ବିତାଇବା ଓ ଏନ୍‌ଜଏ କରୁଖଥିବାର ନଜର ଆସିଥିଲେ। ପରିବାର ସହ ମାଳଦ୍ୱୀପରେ ଛୁଟି ବିତାଇବାକୁ ଯାଇଥିଲେ ସାରା ।

ମା’ ଅମୃତା ସିଂ ଓ ଭାଇ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ଙ୍କ ସହ ମଧ୍ୟ ଅନେକ ଫଟୋ ସେୟାର କରିଥିଲେ ଏହି ଅଭିନେତ୍ରୀ। ଦର୍ଶକ ମଧ୍ୟ ତାଙ୍କର ସବୁ ଫଟୋଗୁଡିକୁ ବହୁତ ପସନ୍ଦ କରିଛନ୍ତି। ସାରାଙ୍କ ଆଗାମୀ ଫିଲ୍ମ କୁଲି ନମ୍ବର ୧ କିଛି ଦିନ ମଧ୍ୟରେ ରିଲିଜ ହେବ। ଏହି ଫିଲ୍ମରେ ସାରା ବରୁନ ଧୱନଙ୍କ ସହ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ୍‌ ଧୱନ। 

   Related Posts