ବଲିଉଡରେ ପାଦ ଦେବା ପୂର୍ବରୁ ୪ ଜଣଙ୍କୁ ଡେଟ୍‌ କରୁଥିଲେ ଶୀମ୍ୱା ଅଭିନେତ୍ରୀ ସାରା

Published By : Prameya-News7 Bureau | February 01, 2019 IST

ମୁମ୍ବାଇ ୦୧|୦୨: ବଲିଉଡ ନବାବ ସୈଫ ଅଲି ଖାନ ଓ ଅମୃତାଙ୍କ ଝିଅ ସାରା ଅଲି ଖାନ କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଡେବ୍ୟୁ ଚଳଚ୍ଚିତ୍ର ହିଟ୍‌ ହେଲା ପରେ ସାରାଙ୍କ ଦ୍ୱିତୀୟ ଫିଲ୍ମ ଶୀମ୍ୱା ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସାରାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରିଛନ୍ତି। ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ ଶୀମ୍ୱା ବକ୍ସ ଅଫିସ୍‌ରେ ଧମାଲ କରିଛନ୍ତି। ଶିମ୍ୱା ଚଳଚ୍ଚିତ୍ର ୨୦୧୮ ମସିହାରେ ଅଧିକ ଲାଭ କରିଥିବା ଫିଲ୍ମ ମଧ୍ୟରୁ ତିନି ନମ୍ୱରରେ ଥିଲା।

{"id":80677,"width":592,"height":338}

ସୈଫ ଅଲି ଖାନଙ୍କ ଝିଅ ହୋଇଥିବାରୁ ଓ ନିଜ ବୋଲ୍‌ଡ ଲୁକ୍‌ ପାଇଁ ସାରା ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କାର୍ତ୍ତିକ୍‌ ଆର୍ୟନଙ୍କୁ ଡେଟ୍‌ କରିବାକକୁ ଚାହାନ୍ତି ବୋଲି କଫି ୱିତ୍‌ କରନ୍‌ ସୋରେ ସାରା କହିଥିଲେ। ତେବେ ଗୋଟେ ସାକ୍ଷାତକାରରେ ସାରା ତାଙ୍କ କ୍ରଶ ବିଷୟରେ ମଧ୍ୟ କହିଥିଲେ।

{"id":80682,"width":591,"height":296}

ଈସାନ ଖଟ୍ଟର:

{"id":80679}

ଧଡକ ଚଳଚ୍ଚିତ୍ରରୁ ଈଶାନ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଫିଲ୍ମରେ ଈଶାନ ଓ ଜାନଭୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସାରା ଈଶାନଙ୍କୁ ଡେଟ୍‌ କରୁଥିଲେ ବୋଲି କଫି ୱିତ୍‌ କରନ୍‌ ସୋରେ କହିଛନ୍ତି। ଦୁଇ ଭାଇଙ୍କ ମଧ୍ୟରୁ ସାନ ଭାଇଙ୍କୁ ଡେଟ୍‌ କରିସାରିଛନ୍ତି ବୋଲି ସାରା କହିଥିଲେ।  

ହର୍ଷବର୍ଧନ କପୁର:

{"id":80680,"width":595,"height":352}

ବଲିଉଡର ପ୍ରତିଷ୍ଠିତ ଅଭିନେତା ଅନିଲ୍‌ କପୁରଙ୍କ ପୁଅ ହର୍ଷବର୍ଧନ ଓ ସାରାଙ୍କୁ ଏକା ସହ ବୁଲାବୁଲି କରିବାର ଦେଖାଯାଇଛି। ଦୁହେଁ ପରସ୍ପରଙ୍କୁ ବେବି ନାଁରେ ଡାକୁଥିଲେ।

ବୀର ପହାଡିଆ:

{"id":80681,"width":593,"height":351}

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ପହାଡିଆଙ୍କ ସହ ସାରା ରିଲେସନଶିପରେ ଥିଲେ। ସାରା ଓ ବୀରଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଥିଲା। ଉଭୟଙ୍କ ବ୍ରେକ୍‌ ଅପ ପରେ ସୋସିଆଲ ମିଡିଆରୁ ଫଟୋ ଡିଲିଟ୍‌ କରାଯାଇଥିଲା।

ଓରହାନ ଅୱତରାମଣିଜବ:

{"id":80684,"width":596,"height":335}

ସାରା କଲମ୍ୱିଆ ୟୁନିଭରସିଟି, ନ୍ୟୁୟର୍କରେ ପଢୁଥିଲେ। ସେଠାରେ ସାରା ଓରହାନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ମୁମ୍ବାଇରେ ମଧ୍ୟ ଦୁଇ ଜଣ ରିଲେସନଶିପରେ ଥିଲେ। କିନ୍ତୁ କିଛି କାରଣ ପାଇଁ ଉଭୟଙ୍କର ବ୍ରେକ୍‌ଅପ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.