Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରିନା କପୁରଙ୍କ ସହମତି ସହ ପ୍ରଥମ ଥର ପାଇଁ ସାରା ଓ କାର୍ତ୍ତିକ ଷ୍ଟାଇଲସ୍‌ ଲୁକ୍‌ରେ ଆସିଲେ କ୍ୟାମେରା ସାମ୍ନାକୁ

5/03/2019 at 12:42 PM

ମୁମ୍ୱାଇ ୫|୩: ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯନ ଓ ସାରା ଅଲ୍ଲୀ ଖାନଙ୍କୁ ମୁମ୍ୱାଇ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା। ରିପୋର୍ଟ ଅନୁସାରେ କାର୍ତ୍ତିକଙ୍କର ଆଗାମୀ ଫିଲ୍ମ “ପତି ପତ୍ନୀ ଔର ୱୋ” ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଓ ଭୂମି ପେଦନାକର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ, କାର୍ତ୍ତିକ ତାଙ୍କ କୋ-ଷ୍ଟାର ଅନନ୍ୟା ପାଣ୍ଡେଙ୍କୁ ଡେଟ କରୁଛନ୍ତି। କିନ୍ତୁ ଏହି ଖବରକୁ କାର୍ତ୍ତିକ ଗୁଜବ ବୋଲି କହିଥିଲେ। ଏବେ ସାରା ଓ କାର୍ତ୍ତିକଙ୍କ ଆଫେୟକୁ ନେଇ ବେଶ ଚର୍ଚ୍ଚା ଚାଲିଛି।

ଇମ୍‌ତିଆଜ ଅଲ୍ଲୀଙ୍କ ଫିଲ୍ମ “ଲଭ ଆଜ କଲ-୨”ରେ କାର୍ତ୍ତିକ ଓ ସାରାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ପାଇଁ ଦୁହେଁ ଦିଲ୍ଲୀ ଯାଇଛନ୍ତି। ପ୍ରଥମ ଥର ପାଇଁ ଉଭୟଙ୍କୁ ଏକା ସହ ଗୋଟେ ଫିଲ୍ମରେ ଦେଖାଯିବେ। ଅଧିକାଂଶ ସମୟରେ ସାରା ଓ କାର୍ତ୍ତିକ ଚର୍ଚ୍ଚାରେ ଥାନ୍ତି। କରନ ଯୋହାରଙ୍କ ସୋ “କଫି ୱିଥ୍‌ କରନ” ରେ ସାରା ନିଜ ସିକ୍ରେଟ ପ୍ରକାଶ କରିଥିଲେ। ସେ କାର୍ତ୍ତିକଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ। ସାରାଙ୍କର ଏହି ମନ୍ତବ୍ୟ ପରେ ଦର୍ଶକ ଉଭୟଙ୍କୁ ଏକା ସହ ପରଦାରେ ଦେଖିବାକୁ ଉତ୍ସୁକ ଅଛନ୍ତି।

 ଟ୍ରାଭେଲିଙ୍ଗ ଲୁକ୍‌ରେ ଦୁହିଁଙ୍କୁ ଏୟାପୋର୍ଟରେ ଦେଖିବାକୁ ମିଳିଥିଲା । ସାରା ଟ୍ରେଡିସନାଲ ଲୁକ୍‌ରେ ଖୁବ ସୁନ୍ଦର ଦେଖାଯାଉଥିଲେ। କାର୍ତ୍ତିକ ବ୍ଲୁ ଜିନ୍ସ, ଗ୍ରେ ଟିସର୍ଟ ସହ ରେଡ କ୍ୟାପରେ ବହୁତ କ୍ୟୁଟ ଦେଖାଯାଉଥିଲେ। ତେବେ କ୍ୟାମେରାକୁ ଦେଖି କାର୍ତ୍ତିକ କିଛି ଇସାରା କରିଥିଲେ। “କଫି ୱିଥ୍‌ କରନ” ସୋରେ ଅନନ୍ୟା ମଧ୍ୟ କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହାନ୍ତି ବୋଲି କହିଥିଲେ। ସାରା ଓ ଅନନ୍ୟା ମଧ୍ୟରେ ଭଲ ସଂପର୍କ ଅଛି। ତେବେ ପରଦାରେ କାର୍ତ୍ତିକ ଅନନ୍ୟାଙ୍କ ଯୋଡି ହିଟ୍‌ ହେବ ନା କାର୍ତ୍ତିକ ଓ ସାରାଙ୍କ ଯୋଡି ହିଟ୍‌ ହେବ ଏହା ଦେଖିବା ଅପେକ୍ଷାରେ ଦର୍ଶକ ଅଛନ୍ତି।

   Related Posts