ସ୍ପେଶାଲ ଫଟୋଶୁଟ୍‌ ପାଇଁ ଶାର୍ଟଲେସ୍‌ ହେଲେ ଇବ୍ରାହିମ୍‌, ଭଉଣୀ ସାରାଙ୍କ ସହ ଫଟୋ ଭାଇରାଲ

Published By : Prameya-News7 Bureau | December 25, 2019 IST

wp:heading {"level":5}
ମୁମ୍ବାଇ୨୫|୧୨: ସୈଫ୍‌ ଅଲ୍ଲୀ ଖାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ଲାଡଲୀ ଝିଅ ସାରା ଅଲ୍ଲୀ ଖାନ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। “କେଦାରନାଥ” ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ ସାରା । ସେ ନିଜ ଅଭିନୟ ଯୋଗୁଁ ହିନ୍ଦି ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ସାରାଙ୍କ ଅଭିନୟକୁ ବହୁ ଦର୍ଶକ ପସନ୍ଦ କରିଛନ୍ତି। ତେବେ ନିକଟରେ ସାରା ଓ ତାଙ୍କ ଭାଇ ଇବ୍ରାହିମ୍‌ ଖାନ୍‌ଙ୍କର କିଛି ଫଟୋ ଭାଇରାଲ ହେଉଛି।
/wp:heading {"id":202497,"sizeSlug":"large"}

ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମୃତା ସିଂଙ୍କ ଦୁଇ ସନ୍ତାନ ସାରା ଓ ଇବ୍ରାହିମ୍‌ ଏକ ସ୍ପେଶାଲ ବଣ୍ଡ୍‌ ଶେୟାର କରନ୍ତି। ଅଧିକାଂଶ ପର୍ବ ପର୍ବାଣୀରେ ଉଭୟ ଭାଇ ଭଉଣୀ ବିଭିନ୍ନ ଷ୍ଟାଇଲରେ ଫଟୋଶୁଟ୍‌ କରନ୍ତି। ଭାଇ-ଭଉଣୀଙ୍କ କେମିଷ୍ଟ୍ରି ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ଥାଏ। ଦୁଇଜଣ ଏକାଠି ଖୁବ୍‌ ଟାଇମ୍‌ ସ୍ପେଣ୍ଡ୍‌ କରିବା ସହ ମସ୍ତି ମଧ୍ୟ କରନ୍ତି।

{"id":202498,"sizeSlug":"large"}

ଦର୍ଶକ ଉଭୟଙ୍କର ଫଟୋଶୁଟ୍‌ ବେଶ ଏନ୍‌ଜୟ କରନ୍ତି। ନିକଟରେ ସାରା ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ସାରା ନିଜ ଭାଇ ଇବ୍ରାହିମ୍‌ଙ୍କ ସହ ନଜର ଆସୁଛନ୍ତି। ଏହି ଫନି ଏବଂ କ୍ୟୁଟ୍‌ ଫଟୋଶୁଟ୍‌ କ୍ରିସ୍‌ମାସ ଅବସରରେ କରାଯାଇଛି।

{"id":202499,"sizeSlug":"large"}

ସୂଚନାଯୋଗ୍ୟ ଯେ, ସାରା ଓ ଇବ୍ରାହିମ୍‌ କରୀନା କପୁରଙ୍କ କ୍ରିସ୍‌ମାସ ପାର୍ଟିକୁ ଯାଇଥିଲେ। ପାର୍ଟି ପାଇଁ ସାରା ହ୍ଵାଇଟ୍‌ ଶର୍ଟ ଡ୍ରେସ୍‌ ବାଛିଥିଲେ। ଅପରପକ୍ଷରେ ଇବ୍ରାହିମ୍‌ ଡେନିମ୍‌ ଜ୍ୟାକେଟ ଓ ବ୍ଲାକ୍‌ ଜିନ୍ସରେ ନଜର ଆସିଥିଲେ। ଦୁଇଜଣ ଏକାଠି ଫଟୋଶୁଟ୍‌ ମଧ୍ୟ କରାଇଥିଲେ। ଫଟୋଗୁଡ଼ିକରେ ସାରା ଓ ଇବ୍ରାହିମ୍‌ଙ୍କ ବହୁତ କ୍ୟୁଟ୍‌ ଲାଗୁଛନ୍ତି। କିଛି ଫଟୋରେ ଇବ୍ରାଇମ୍‌ ଶାର୍ଟଲେସ୍‌ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.