ପ୍ରଥମଥର ପାଇଁ ପରଦାରେ ଏକାଠି ନଜର ଆସିବେ ଅକ୍ଷୟ, ସାରା ଓ ଧନୁଷ…

Published By : Prameya-News7 Bureau | January 13, 2020 IST

ମୁମ୍ବାଇ୧୩|୧: ୨୦୧୯ ମସିହାରେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇ ବେଶ ଚର୍ଚ୍ଚାରେ ଥିଲେ। ଗତ ବର୍ଷ ଅକ୍ଷୟଙ୍କ କୁମାରଙ୍କର ୪ଟି ଫିଲ୍ମ ରିଲିଜ ହୋଇଥିଲା। ଏହି ୪ଟି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଥିଲା। ଏହି ଫିଲ୍ମ ଗୁଡିକ ହେଉଛି କେସରୀ, ମିଶନ ମଙ୍ଗଲ, ହାଉସଫୁଲ ୪ ଓ ଗୁଡ୍‌ ନ୍ୟୁଜ।

{"id":210575,"width":526,"height":527,"sizeSlug":"large"}

୨୦୧୯ ମସିହା ଭଳି ୨୦୨୦ ମଧ୍ୟ ତାଙ୍କର ଭଲ ରହିବ ବୋଲି ଜଣାପଡ଼ୁଛି। ଚଳିତ ବର୍ଷ ଅକ୍ଷୟ ଅନେକ ଫିଲ୍ମ ସାଇନ୍‌ କରିଛନ୍ତି। ତେବେ ବର୍ଷ ଆରମ୍ଭରୁ ତାଙ୍କର ଆଉ ଏକ ନୂଆ ଫିଲ୍ମ ବିଷୟରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମରେ ଅକ୍ଷୟଙ୍କ ସହ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ।

{"id":210576,"sizeSlug":"large"}

ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଆନନ୍ଦ ଏଲ୍‌ ରାୟ । ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ଉପରେ ଆଧାରିତ ହେବ ବୋଲି କୁହାଯାଉଛି। ଫିଲ୍ମରେ ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରିବେ ସାରା। ପ୍ରଥମଥର ପାଇଁ ପରଦାରେ ଅକ୍ଷୟ ଓ ସାରାଙ୍କୁ ଏକାସହ ଦେଖିବାକୁ ମିଳିବ। କିଛି ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଧନୁଷ ମଧ୍ୟ ଏହି ଫିଲ୍ମରେ ଦମ୍‌ଦାର ଭୂମିକାରେ ନଜର ଆସିବେ।

{"id":210577,"sizeSlug":"large"}

ଅକ୍ଷୟଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ' ରିଲିଜ ହେବା ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଅଭିନୟ କରିଛନ୍ତି। ଚଳିତ ବର୍ଷ ଅକ୍ଷୟ 'ଲକ୍ଷ୍ମୀ ବମ୍‌', 'ହେରାଫେରି ୩' ଓ 'ପୃଥ୍ୱୀରାଜ ଚୌହାନ୍' ଫିଲ୍ମରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.