ସାପୁଆ ଡ୍ୟାମରେ ଅଘଟଣ, ଭୋଜି କରିବାକୁ ଆସି ବୁଡିଗଲେ ଯୁବକ

Published By : Prameya-News7 Bureau | September 06, 2020 IST

ଢେଙ୍କାନାଳ, ୦୬।୦୯:   ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ସାପୁଆ ଡ୍ୟାମରେ ଏକ ଅଘଟଣ ଘଟିଛି । ଡ୍ୟାମରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଂଚଳର ୫ ସାଙ୍ଗ ସାପୁଆ ଡ୍ୟାମ୍‌କୁ ଭୋଜି କରିବାକୁ ଯାଇଥିଲେ ।  ଡ୍ୟାମରେ ପହଁଚିବା ପରେ ସେମାନେ  ଗାଧୋଇଥିଲେ । ତେବେ ଗାଧୋଇବାବେଳେ ଜଣେ ବୁଡି ଯାଇଥିଲେ। ଖବର ପାଇ ରାସୋଳ ଦମକଳ ବାହିନୀ ଡ୍ୟାମରୁ ବୁଡିଯାଇଥିବା ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ।

ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଂଚଳର ବିଶ୍ୱଜିତ ଦାସ ବୋଲି ଜଣାପଡିଛି । ରାସୋଳ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.