ସପ୍ତମାତୃକା ବେଶର ଚତୁର୍ଥ ଦିନ, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

Published By : Prameya-News7 Bureau | November 07, 2021 IST

ଭଦ୍ରକ ୦୭/୧୧: କାଳୀପୂଜା ଅବସର ରେ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ସପ୍ତମାତୃକା ବେଶ ରେ ଦର୍ଶନ ଦେଉଛନ୍ତି । କାଳୀପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତି ରେ ମା ସାତ ଦିନରେ ସାତଟି ଵେଶ ଧାରଣ କରନ୍ତି । ସପ୍ତମାତୃକା ବେଶ ର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନ ରେ ମା ସିଂହବାହିନୀ ଵେଶ ରେ ଦର୍ଶନ ଦେଉଛନ୍ତି ।

wp:gallery {"ids":[539930],"linkTo":"none"} /wp:gallery

ସିଂହ ମା'ଙ୍କର ବାହନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା' ଭଦ୍ରକାଳୀ । ଚାରି ହସ୍ତରେ ଖଡଗ , ତ୍ରିଶୂଳ , ଶଙ୍ଖ ,ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା'। ମାଆଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା,ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.