ଶୀତଦିନେ ନିଜ ଡାଏଟରେ ସପେଟାକୁ ସାମିଲ କରନ୍ତୁ। ସପେଟା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଅଗ୍ନାଶୟକୁ ମଜବୁତ କରିବା ସହ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଭିଟାମିନ୍ ସି ରହିଥାଏ ଯାହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।
wp:gallery {"ids":[70959]}ଏହା ଆମେ ସମସ୍ତେ ଜାଣିଛୁ ଯେ ଫାଇବର ଭରପୂର ରହିଥିବା ଫଳ ଖାଇଲେ ହଜମ କ୍ରିୟା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ। ଏହା ଦ୍ବାରା ଖାଦ୍ୟନଳୀ ମଧ୍ୟ ସୁସ୍ଥ ରହିଥାଏ। ଏଥିରେ ଥିବା ଫାଇବର ବିଭିନ୍ନ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ସପେଟା ଖାଇଲେ କୋଷ୍ଠକାଠିନ୍ୟରୁ ମଧ୍ୟ ମୁକ୍ତି ମିଳିଥାଏ।
wp:gallery {"ids":[70960]}ସପେଟାରେ ଟୈନିନ୍ ଅଧିକ ମାତ୍ରାରେ ଥିବାରୁ ଏହା ଉଦ୍ଦୀପକ ହୋଇନଥାଏ। ପେଟ ଜନିତ ସମସ୍ୟାକୁ ମଧ୍ୟ ଏହା ଖାଇବାଦ୍ବାରା ରୋକାଯାଇପାରିବ।
wp:gallery {"ids":[70961]}ଶୀତଦିନେ ଅଧିକାଂଶ ଲୋକ ଥଣ୍ଡା କାଶ ଆଦି ସମସ୍ୟା ଭୋଗିଥାନ୍ତି। ଏହି ସମୟରେ ସପେଟା ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହା ଦ୍ବାରା ଛାତିରେ ଜମିଥିବା କଫ ନାକ ବାଟେ ବାହାରକୁ ବାହାରି ଆସିଥାଏ। ଏବଂ ଥଣ୍ଡାରୁ ମୁକ୍ତି ମିଳିଥାଏ।
wp:gallery {"ids":[70962]}ହାଡ଼କୁ ମଜବୁତ କରିବା ପାଇଁ କ୍ୟାଲସିୟମ୍,ଫସଫରସ୍,ଆଇରନ୍ ଭଳି ମିନେରାଲ୍ସ ଆବଶ୍ୟକ ହୋଇଥାଏ। ସପେଟାରେ ଏହି ସବୁ ମିନେରାଲ ଥାଏ।
wp:gallery {"ids":[70963]}ସପେଟାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଏହା ଭିଟାମିନ୍ ଏ,ସି,ଇ ର ଗନ୍ତାଘର ହୋଇଥାଏ। ଏହା ଖାଇଲେ ତ୍ବଚା ମଧ୍ୟ ସୁସ୍ଥ ଏବଂ ନମନୀୟ ରହିଥାଏ। ଆଣ୍ଟିଅକ୍ସିଡାଣ୍ଟ ରହିଥିବା ହେତୁ ଚର୍ମ କୁଞ୍ଚନ ହୋଇନଥାଏ। ଏହା ଖାଇବା ଦ୍ବାରା ବାଳ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।