ବିଜେପିରେ ସାମିଲ ହେବେ ସପନା ଚୌଧୁରୀ

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦/୩ : ଭୋଜପୁରୀ ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ବିଜେପିରେ ସାମିଲ ହେବାକୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ଲାଗିଛି | ବିଜେପି ନେତା ମନୋଜ ତିୱାରୀ ଏନେନି ସ୍ପଷ୍ଟ କରିଛନ୍ତି ଯେ, ହରିୟାଣାର ଗାୟିକା ସପନା ଚୌଧୁରୀ ଖୁବ ଶୀଘ୍ର ବିଜେପିରେ ସାମିଲ ହେବେ | ସେ ଆଜି ବିଜେପିରେ ସାମିଲ ହେବେ | ତେବେ ବିଜେପି ସପନାଙ୍କୁ କେଉଁ ଆସନ ପାଇଁ ଟିକେଟ ଦେବା ତାହା ଦେଖିବା ବାକି ରହିଲା |

{"id":109006}


ଗତକାଲି ଏନେଇ ମନୋଜ ତିୱାରୀ ସୂଚନା ଦେଇଥିଲେ | ସପନାଙ୍କ ଅନେକ ପ୍ରଶଂସକ ଅଛନ୍ତି | ଯେଉଁଥିପାଇଁ କଂଗ୍ରେସ ତାଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲା | କିନ୍ତୁ କଂଗ୍ରେସର ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା |

{"id":109007}


କିଛି ଦିନ ପୂର୍ବରୁ ସପନା କଂଗ୍ରେସ ସାମିଲ ହୋଇଥିବା ଶୁଣିବାକୁ ମିଳିଥିଲା | ପ୍ରିୟଙ୍କା ଗାନ୍ଧୀଙ୍କ ସହ ସପନାଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହିଭଳି ଦାବି କରାଯାଇଥିଲା ଯେ, ସେ କଂଗ୍ରେସରେ ସାମିଲ ହୋଇଛନ୍ତି |

{"id":109008}


କିନ୍ତୁ ସପନା ଏହାକୁ ଖାରଜ କରିଥିଲେ | ସପନା କହିଥିଲେ ଯେ, ସେ ଫଟୋ ବହୁତ ପୁରୁଣା | ଏହାପରେ ମନୋଜ ତିୱାରୀଙ୍କ ସହ ସପନାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା | ଏହାପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.