Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସପ୍ନାଙ୍କୁ ଭଲପାଇ ଧୋକା ଖାଇଯାଇଛି କଂଗ୍ରେସ : ପଲିଟିକ୍ସରେ ପଶିଗଲା ରାଜନୀତି

24/03/2019 at 6:43 PM

ନୂଆଦିଲ୍ଲୀ/ଭୁବନେଶ୍ବର୨୪|୩: କେତେବେଳେ ରାଜନୀତିରେ ଏମିତି ହଟଚମଟ ଚାଲୁଛି ତାକୁ ପଲିଟିକାଲ ହାଇଡ୍ରାମା କୁହାଯାଉଛି । ଆଉ ଏବେ ଯେଉଁ ଗହଳି ଚାଲିଛି ସେଥିରେ ଗୋଟିଏ ଗୋଟିଏ ନୂଆ ଏପିସୋଡ ଯୋଡ଼ି ହେବାରେ ଲାଗିଛି । ଲେଟେଷ୍ଟ ଏପିସୋଡ ସପ୍ନା ଚୌଧୁରୀ ଏଥିରେ ଯୋଡ଼ି ହୋଇଛି। ଆଉ ଏଣେ ଭୁବନେଶ୍ବରର ଯାତ୍ରା କଳାକାର ବି ବୈତରଣୀ ପାର ହେବାକୁ ତୟାର ହେଉଛନ୍ତି।

ହଟ ହଟ ଗୀତରେ ନାଚି ସାରା ଇଣ୍ଟରନେଟରେ ଆଗ୍‌ ଲଗାଇଥିବା ସପ୍‌ନା ଚୌଧୁରୀ ବି ହଠାତ ପଲିଟିକ୍‌ସରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ଉଡ଼ିଲା। କିନ୍ତୁ ଆଜି ସପନାଙ୍କ ପଲିଟିକ୍‌ସରେ ରାଜନୀତି ପଶିଗଲା।  କଂଗ୍ରେସ ଘୋଷଣା କରିଥିଲା ସପ୍‌ନା ନେଟ ଦୁନିଆର ହଟ୍‌ ଡ୍ୟାନ୍‌ସ ଏବେ ତାଙ୍କ କ୍ୟାମ୍‌ପରେ। ଆଉ ସପନା କୁଆଡ଼େ ମଥୁରାରେ ହେମାମାଳିନୀଙ୍କ ବିରୋଧରେ ପ୍ରାର୍ଥୀ ହେବ। ହେଲେ ଆଜି ସପ୍‌ନା କହିଛନ୍ତି ତାଙ୍କର ରାଜନୀତି କରିବାରେ ମନ ନାହିଁ। ସେ ବି କଂଗ୍ରେସରେ ଯୋଗ ଦେଇନାହାନ୍ତି।

ସପ୍‌ନାଙ୍କୁ ଭଲ ପାଇ ଧୋକା ଖାଇଯାଇଛି କଂଗ୍ରେସ।  ଆଜି ହଠାତ ସପନାଙ୍କ ମନ ବଦଳିଯିବ ଯଦି କଂଗ୍ରେସ ବା କରିବ କଣ। ତେବେ କଂଗ୍ରେସ ପ୍ରମାଣ ଦେଇଛନ୍ତି। ସପନା ସତରେ କଂଗ୍ରେସକୁ ଭଲ ପାଇଥିଲେ। ଲିଖିତ ପ୍ରମାଣ ଦେଇଛନ୍ତି କଂଗ୍ରେସ ନେତା ନରେନ୍ଦ୍ର ରାଠି। ତାଙ୍କ ଉପସ୍ଥିତିରେ ସପନା କୁଆଡ଼େ କଂଗ୍ରେସରେ ମିଶିଥିଲେ।

ଏବେ ଏବେ ଯେଉଁଭଳି ପାର୍ଟି ଅଫିସରେ ଭିଡ଼ ହେଉଛି ସମସ୍ତେ ଏ ଯାତ୍ରାରେ ବୁଡ଼ ପକାଇବାକୁ ଦୌଡ଼ିଛନ୍ତି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ଯାତ୍ରା କଳାକାର ବି ନବୀନ ନିବାସ ପହଞ୍ଚିଥିଲେ।

ସମସ୍ତେ ଏବେ ଜନସେବା କରିବାକୁ ଚାହୁଁଛନ୍ତି କିନ୍ତୁ ସର୍ତ୍ତା ଦରକାର ପାର୍ଟି ଟିକେଟ । ତାପରେ ଯାତ୍ରା ଜମିବ, ସପନା ବି ପୂରଣ ହେବ।

   Related Posts