ଜନ୍ମଦିନରେ ଭାବୁକ ହେଲେ ସପ୍ନା ଚୌଧୁରୀ : କହିଲେ ‘ଯେଉଁ ବୟସରେ ପିଲା ପାଠ ପଢ଼ନ୍ତି……….

Published By : Prameya-News7 Bureau | September 25, 2019 IST

ମୁମ୍ବାଇ ୨୫/୯: ଦେଶୀ ଡ୍ୟାନ୍ସ କୁଇନ୍ ନାଁରେ ପ୍ରସିଦ୍ଧ ସପ୍ନା ଚୌଧୁରୀଙ୍କ ଆଜି ଜନ୍ମଦିନ। ସପ୍ନାଙ୍କ ଫ୍ୟାନ୍ ପୂର୍ବରୁ ହରିୟାଣା ଏବଂ ପଞ୍ଜାବ ଯାଏଁ ସୀମିତ ଥିଲେ କିନ୍ତୁ ସେ ବିଗ୍ ବସରେ ନଜର ଆସିବା ପରେ ପୂରା ଦେଶରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ ବଢ଼ି ଯାଇଥିଲେ। ଏପରିକି ସଲମାନ ଖାନ୍ ମଧ୍ୟ ନିଜ ଶୋ ରେ ନିଜକୁ ସପ୍ନାଙ୍କ ଫ୍ୟାନ୍ ବୋଲି କହି ସାରିଲେଣି। ସପ୍ନା ଚୌଧୁରୀଙ୍କ ଛୋଟ ମୋଟ ଷ୍ଟେଜ ଶୋଠୁ ଆରମ୍ଭ କରି ବଲିଉଡର ଯାତ୍ରା ଜମା ସହଜ ନଥିଲା। ଏପରି ପରିସ୍ଥିତିରେ ନିଜ ଜନ୍ମ ଦିନରେ ସେ ଭାବୁକ ହୋଇ ଯାଇଛନ୍ତି।

{"id":162537}

  ତାଙ୍କ ଜନ୍ମଦିନ ପୂର୍ବରୁ ସପ୍ନାଙ୍କ ଫ୍ୟାନମାନେ ତାଙ୍କୁ ଓ୍ବିଶ୍ କରିବା ଆରମ୍ଭ କରିଦେଇଥିଲେ। ଫଳରେ ସପ୍ନା ଟିକେ ଭାବୁକ ହୋଇଯାଇଛନ୍ତି। ସପ୍ନା ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଫ୍ୟାନଙ୍କର ଶୁଭେଚ୍ଛାକୁ ସେୟାର କରିଛନ୍ତି। ସପ୍ନା ଇନଷ୍ଟା ଷ୍ଟୋରିରେ ନିଜ ସଂଘର୍ଷ ଭରା କାହାଣୀ ବିଷୟରେ ସେୟାର କରିଛନ୍ତି।

{"id":162540,"width":581,"height":421}

ସପ୍ନା ଚୌଧୁରୀ ଏକ ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି ଯେ,‘ କମ୍ ବୟସରେ ବାପା ଚାଲିଯାଇଥିଲେ। ଯେଉଁ ବୟସରେ ପିଲାମାନେ ପାଠ ପଢ଼ନ୍ତି ,ଘରର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ସବୁ ଦାୟିତ୍ବ ସମ୍ଭାଳିବା ପାଇଁ ସେ ଷ୍ଟେଜ ଶୋରେ ଡ୍ୟାନ୍ସ ଏବଂ ରାଗିଣୀ ଆରମ୍ଭ କରିଥିଲେ।

{"id":162541}

 ଏହା ପରେ ଆଉ ଏକ ଷ୍ଟୋରିରେ ସପ୍ନା ଲେଖିଛନ୍ତି -‘ କିନ୍ତୁ ସପ୍ନା ପାଇଁ ସ୍ବପ୍ନ ସେୟା ନଥିଲା ଯାହାକୁ ନିଦରେ ଦେଖାଯାଇଥାଏ। ତାଙ୍କ ପାଇଁ ସ୍ବପ୍ନ ଏୟା ଥିଲା ଯାହା ନିଦ ଆସିବାକୁ ଦେବ ନାହିଁ ଏବଂ ସେହି କଠିନ ପରିଶ୍ରମ ସଫଳତା ଆଣିଥିଲା। ଷ୍ଟେଜ ଶୋ ରୁ ରିୟଲିଟି ଶୋ ପର୍ଯ୍ୟନ୍ତ। ସେ ବିଗ୍ ବସର ପ୍ରତିଯୋଗୀ ହୋଇଥିଲେ ଏବଂ ଭାରତର ଜନତା ତାଙ୍କୁ ଖୁବ୍ ଭଲ ପାଇଥିଲେ ।’

{"id":162542}

ସପ୍ନାଙ୍କ ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ତୁରନ୍ତ ଭାଇରାଲ ହୋଇ ଯାଇଥାଏ। ସେ କେତେକ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।

{"id":162543,"width":584,"height":673}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.