Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କଂଗ୍ରେସରେ ସାମିଲ ହେବା କଥାକୁ ଅସ୍ବୀକାର କଲେ ସପନା : କହିଲେ କଂଗ୍ରେସ ପାଇଁ ପ୍ରଚାର ମଧ୍ୟ କରିବେ ନାହିଁ

24/03/2019 at 3:58 PM

ଦିଲ୍ଲୀ ୨୪/୩ : ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସ ସାମିଲ ହେବା ନେଇ ଅସ୍ବୀକାର କରିଛନ୍ତି | ସେ କହିଛନ୍ତି ଯେ, ମିଡ଼ିଆରେ ଯେଉଁ ଫଟୋ ଭାଇରାଲ ହୋଇଛି ତାହା ପୁରୁଣା | ତାଙ୍କର କୌଣସି ଟ୍ୱିଟର ଆକାଉଣ୍ଟ ନାହିଁ | ସେ କେବେ କଂଗ୍ରେସ ନେତା ତଥା ଅଭିନେତା ରାଜ ବଵରଙ୍କୁ ସାକ୍ଷାତ କରିନାହାନ୍ତି | ସେ ଆହୁରି କହିଛନ୍ତି ଯେ, ଭବିଷ୍ୟତରେ ମଧ୍ୟ କେବେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କର ଇଚ୍ଛା ନାହିଁ | ସେ କଂଗ୍ରେସ ପାଇଁ କୌଣସି ପ୍ରଚାର ମଧ୍ୟ କରିବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି |


ସପନା କହିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ | ସେ ଜଣେ କଳାକାର ଏବଂ ସେ ନିଜ ପେସାକୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି | ଆଉ କାହା ସଂଗେ ତାଙ୍କର କିଛି ଯାଏଆସେ ନାହିଁ | ଗତକାଲି ସପନା କଂଗ୍ରେସ ଯୋଗଦେବା ନେଇ ଚର୍ଚ୍ଚା ହୋଇଥିଲା | କିନ୍ତୁ ଏହି ଖବରକୁ ସେ ସମ୍ପୂର୍ଣ ମିଛ ବୋଲି କହିଛନ୍ତି |


ସପନା ଚୌଧୁରୀ ହରିୟାଣାର ଜଣେ ପ୍ରସିଦ୍ଧ ଡ୍ୟାନ୍ସର | ୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ହରିୟାଣାର ରୋହତକରେ ଜନ୍ମ ହୋଇଥିଲେ ସପନା | ତାଙ୍କ ଘରର ଆର୍ଥିକ ସ୍ଥିତି ଭଲ ନଥିଲା | ସପନାଙ୍କ ପିତା ଏକା ଘରୋଇ କମ୍ପାନୀରେ କାମ କରୁଥିଲେ | ବାପାଙ୍କ ଚାକିରୀ ଟଙ୍କାରୁ ଘର ଚଳାଇବା ବହୁତ କଷ୍ଟକର ହୋଉଥିଲା | ସପନା ଛୋଟ ଥିବାବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା | ସେଥିପାଇଁ ସେ ଘର ଖର୍ଚ୍ଚ ଚଳାଇବା ପାଇଁ ଅର୍କେଷ୍ଟ୍ରାରେ ନାଚିବା ଆରମ୍ଭ କରିଥିଲେ | ଧୀରେ ଧୀରେ ସେ ପ୍ରସିଦ୍ଧ ହୋଇଗଲେ | ସେ ଷ୍ଟେଜ ଶୋ’ ମଧ୍ୟ କରନ୍ତି | ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି |

   Related Posts