ପୋଲିସ ରେକର୍ଡ କଲେ ସପନା ଚୌଧୁରୀଙ୍କ ଡ୍ୟାନ୍ସ ଭିଡିଓ, ଜାଣନ୍ତୁ କାରଣ

Published By : Prameya-News7 Bureau | June 21, 2019 IST

ମୁମ୍ବାଇ୨୧|୬: ଭୋଜପୁରୀ ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସ ଶୋ' ପାଇଁ ପରିଚିତ। ହରିଆଣାରୁ ଆରମ୍ଭ କରି ୟୁପି, ବିହାର ଯାଏଁ ତାଙ୍କ ଦେଶୀ ଷ୍ଟାଇଲ ଚର୍ଚ୍ଚାରେ ଥାଏ।  ପରଦାରେ ଆସିଲା ପରେ ମଧ୍ୟ ସେ ଆଜି ବି ଡ୍ୟାନ୍ସ ଶୋରେ ନଜର ଆସୁଛନ୍ତି। ରିଆଲିଟି ଶୋ ଓ ଛୋଟ ପରଦାରେ ଅଭିନୟ କରି ସେ ଅନୋକ ଲୋକପ୍ରିୟତା ହାସଲ କରିଛନ୍ତି। ସାଲୱାର ସୁଟ୍‌ରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲ ଦର୍ଶକ ବେଶ ପସନ୍ଦ କରନ୍ତି। ସପନାଙ୍କ ଡ୍ୟାନ୍ସରେ କିଛି ଏମିତି ଖାସ ଅଛି ଯାହା ଲୋକଙ୍କ ମଧ୍ୟରେ ନିଆଁ ଲଗାଏ।

{"id":125307}

ଅଧିକାଂଶ ସମୟରେ ସପନାଙ୍କର ଅନେକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ସେ ଗୀତ ଗାଇ ମଧ୍ୟ ଅନେକ ଭିଡିଓ ପୋଷ୍ଟ କରନ୍ତି। ଟିକ୍‌ ଟୋକ୍‌ରେ ସପନାଙ୍କର ଭିଡିଓ ଗୁଡିକୁ ଲୋକେ ଦେଖିବା ବହୁତ ପସନ୍ଦ କରନ୍ତି। କାରଣ ସେଥିରେ ତାଙ୍କର ଅଲଗା ଓ ନିଆରା ଅନ୍ଦାଜ ଥାଏ।

{"id":125310}

ଏବେ କିଛି ଦିନ ହେବ ତାଙ୍କର ଏମିତି ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛିଯେଉଁଥିରେ ପୋଲିସ ମଧ୍ୟ ସାମିଲ ଥିଲେ। ଡିୟୁଟି କରୁଥିବା ସମୟରେ ପୋଲିସ ପୋଷାକରେ ଥାଇ ମଧ୍ୟ ସେମାନେ ଷ୍ଟେଜ୍ ଉପରେ ଛିଡା ହୋଇ ସପନାଙ୍କର ଧମାକାଦାର ଡ୍ୟାନ୍ସ ଭିଡିଓକୁ ରେକଡିଂ କରୁଥିଲେ। ଏହି ଭିଡିଓରେ ସପନା ହରିୟାଣୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

{"id":125311}

ତେବେ ସପନାଙ୍କ ପଛରେ ଛିଡା ହୋଇଥିବା ପୋଲିସକର୍ମୀ  ଧ୍ୟାନ ସହ ଡ୍ୟାନ୍ସକୁ ଉପଭୋଗ କରୁଥିଲେ। ସପନାଙ୍କର ଡ୍ୟାନ୍ସ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଅଧିକାଂଶ ଲୋକେ ଷ୍ଟେଜରେ ଚଢ଼ି ତାଙ୍କ ସହ ଡ୍ୟାନ୍ସ କରିଥିଲେ। ସବୁଠି ତାଙ୍କ ଡ୍ୟାନ୍ସ ହିଟ୍ ହୋଇଥାଏ।  ଦର୍ଶକମାନେ ମଧ୍ୟ ତାଙ୍କ ଶୋ ଦେଖିବା ପାଇଁ ବହୁତ ଉତ୍ସାହିତ ଥାନ୍ତି। ସପନା ଏହି ଡ୍ୟାନ୍ସ ଦ୍ବାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.