ସପ୍ନା ଚୌଧୁରୀ ଷ୍ଟେଜ ଡ୍ୟାନ୍ସରରୁ ଏବେ ଷ୍ଟାର : ବିଗ୍ ବସ୍ ଦେଇଛି ବଡ଼ କ୍ରେଜ୍ ,ନାମୀ ଅଭିନେତ୍ରୀ ବି ପଛରେ

Published By : Prameya-News7 Bureau | March 02, 2020 IST

ମୁମ୍ବାଇ ୨/୩: ସପ୍ନା ଚୌଧୁରୀ ହରିୟାଣାରେ ତ ଆଗରୁ ମଧ୍ୟ ଲୋକପ୍ରିୟ ରହି ଆସିଛନ୍ତି କିନ୍ତୁ ବିଗ୍ ବସ୍ ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇ ଦେଇଛି। ସପ୍ନା ଚୌଧୁରୀ ଆଗରୁ କେବଳ ଷ୍ଟେଜ ଶୋ କରୁଥିଲେ କିନ୍ତୁ ଲୋକପ୍ରିୟତା ବଢ଼ିବା ସହ ସେ ଷ୍ଟେଜ ଶୋ କରିବା କମ୍ କରିଦେଇଥିଲେ। ସପ୍ନା ଏବେ ଗୋଟିଏ ପରେ ଗୋଟିଏ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓ ଆଲବମ୍ କରୁଛନ୍ତି। ‘ବିଗ୍ ବସ୍ ୧୧’ରେ ଭାଗ ନେବା ପରେ ତାଙ୍କ ଲୁକସରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ଗାଉଁଲି ଝିଅ ସପ୍ନା ଏବେ ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ଗ୍ଲାମରସ୍ ଅଭିନେତ୍ରୀଙ୍କୁ ଟକ୍କର ଦେବାରେ ଲାଗିଲେଣି। ସେ ଏବେ ଲକ୍ଷ ଲକ୍ଷ ଫ୍ୟାନଙ୍କ ପସନ୍ଦ।

{"id":231598,"sizeSlug":"large"}

ସପ୍ନା ଚୌଧୁରୀଙ୍କ ବ୍ୟକ୍ତିଗତ ଜୀବନ ସଂଘର୍ଷମୟ। ସେ ବହୁତ କମ୍ ବୟସରେ ତାଙ୍କ ବାପାଙ୍କୁ ହରାଇଥିଲେ। ଏହା ପରଠୁ ଘରର ଦାୟିତ୍ବ ସପ୍ନାଙ୍କ ଉପରକୁ ଆସିଯାଇଥିଲା। ସେ ତାଙ୍କ ମାଆ,ଭାଇ,ଭଉଣୀଙ୍କ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ସପ୍ନା ଲଗାତାର ଷ୍ଟେଜ ଡ୍ୟାନ୍ସ କରୁଥିଲେ। ତାଙ୍କ ଗୀତ ଏବଂ ଡ୍ୟାନ୍ସ ଷ୍ଟେପ୍ ସୁପରହିଟ୍ ହେଉଥିଲା।

{"id":231599,"sizeSlug":"large"}

ସପ୍ନା ଚୌଧୁରୀ ୧୯୯୦ମସିହା ସେପ୍ଟେମ୍ବର ୨୫ତାରିଖରେ ହରିୟାଣାର ରୋହତକ ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ରୋହତକରୁ ନିଜର ପାଠପଢ଼ା ଆରମ୍ଭ କରିଥିଲେ। ଘର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସପ୍ନା ଚୌଧୁରୀ ସିଙ୍ଗିଂ ଏବଂ ଡ୍ୟାନ୍ସିଂ କରିବାକୁ ଳାଗିଲେ।

{"id":231600,"sizeSlug":"large"}

ସପ୍ନା ଧୀରେ ଧୀରେ ପୂରା ହରିୟାଣାରେ ଖୁବ୍ ନାଁ କମାଇବାକୁ ଲାଗିଥିଲେ। ତାଙ୍କର ପ୍ରଥମ ପ୍ରୋଗ୍ରାମ୍ ୨୦୧୨ମସିହା ଡିସେମ୍ବର ୧୦ତାରିଖରେ କ୍ୟାଥଲ୍ ହିଲ୍ଲାରେ ହୋଇଥିଲା। ସେହି ପ୍ରୋଗ୍ରାମ୍ ପାଇଁ ସପ୍ନାଙ୍କୁ ଟଙ୍କା ମିଳିନଥିଲା କିନ୍ତୁ ଆଗାମୀ ପ୍ରୋଗ୍ରାମରେ ତାଙ୍କୁ ପାଖାପାଖି ୩ହଜାର ଟଙ୍କା ମିଳିଥିଲା।

{"id":231601,"sizeSlug":"large"}

ସପ୍ନା ଚୌଧୁରୀ ଦିନକୁ ୩୦ରୁ ୩୫ପ୍ରୋଗ୍ରାମ୍ କରୁଥିଲେ। ଏତେ କାମ କରି କରି ସେ ଥକି ଯାଉଥିଲେ ସୁଦ୍ଧା ପରିବାରର ସ୍ଥିତି ବିଷୟରେ ଭାବି ଘରେ ବସି ପାରୁନଥିଲେ। ସପ୍ନା ନିଜ ଟଙ୍କାରେ ବଡ଼ ଭଉଣୀଙ୍କ ବାହାଘର କରାଇଥିଲେ। ପ୍ରଥମେ ଦିନକୁ ୩ହଜାର ଟଙ୍କା ରୋଜଗାର କରୁଥିବା ସପ୍ନା ଏବେ ଗୋଟିଏ ଶୋ ପାଇଁ ଲକ୍ଷେ ଟଙ୍କା ନିଅନ୍ତି।

{"id":231602,"sizeSlug":"large"}

ସପ୍ନା ଚୌଧୁରୀଙ୍କ ପ୍ରଥମ ଗୀତ ‘ସଲିଡ ବଡି’ ସୁପରହିଟ୍ ହୋଇଥିଲା। ତାଙ୍କ ଲୋକପ୍ରିୟତା ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଯାଇଥିଲା। ଲୋକେ ତାଙ୍କୁ ୟୁପି,ରାଜସ୍ଥାନ,ଦିଲ୍ଲୀ ଏବଂ ପଞ୍ଜାବରେ ମଧ୍ୟ ଚିହ୍ନିବାକୁ ଲାଗିଥିଲେ। ସପ୍ନାଙ୍କ ପ୍ରୋଗ୍ରାମକୁ ଦେଖିବା ପାଇଁ ହରିୟାଣାର ଲୋକେ ପାଗଳ ହୋଇଯାଉଥିଲେ।

{"id":231603,"sizeSlug":"large"}

ଏପରି ପରିସ୍ଥିତି ମଧ୍ୟରେ ଗୋଟିଏ ଦିନ ସପ୍ନାଙ୍କ ରାଗିଣୀ ଯୋଗୁଁ ସେ ବିବାଦରେ ଫସି ଯାଇଥିଲେ। ସପ୍ନାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ତଦନ୍ତ ପାଇଁ ପୋଲିସ୍ ଆସଆଇଟି ଗଠନ କରିଥିଲା। ଫେସବୁକରେ ସପ୍ନାଙ୍କ ବିରୋଧରେ ଅନେକ କିଛି ଲେଖାଯାଇଥିଲା। ଡିପ୍ରେସନରେ ଆସି ସେ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ବହୁତ କଷ୍ଟରେ ବଞ୍ଚାଇଥିଲେ।

{"id":231604,"sizeSlug":"large"}

ସପ୍ନା ଚୌଧୁରୀ ବିଗ୍ ବସ୍ ସିଜନ୍ ୧୧ରେ ଭାଗ ନେଇଥିଲେ। ସେ ତାଙ୍କ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ବିଗ୍ ବସ୍ ଘରୁ ବାହାରିବା ପରେ ସେ ଚାରିଆଡ଼େ ଛାଇ ଯାଇଥିଲେ। ଏବେ ସେ ଦେଶବ୍ୟାପି ଷ୍ଟେଜ ଶୋ କରୁଛନ୍ତି। କେବଳ ଏତିକି ନୁହେଁ ସପ୍ନା ଅନେକ ଫିଲ୍ମ କରିଛନ୍ତି ଏବଂ ୟୁଟୁବରେ ତାଙ୍କ ଗୀତ ଏବେ ଧୁମ୍ ମଚାଉଛି।

{"id":231605,"sizeSlug":"large"}

ସପ୍ନା ଚୌଧୁରୀଙ୍କ ବିଷୟରେ ଗୋଟିଏ ଖାସ୍ କଥା ହେଉଛି ଏହା ଯେ ସେ ଷ୍ଟେଜରେ ଏକୁଟିଆ ପଫର୍ମ କରନ୍ତି। ତାଙ୍କ ସହ କେହି କୋ-ଷ୍ଟାର ନଥାଆନ୍ତି। ସପ୍ନା ଚୌଧୁରୀଙ୍କ ଡ୍ୟାନ୍ସ ଷ୍ଟେପ୍ସସ ସମସ୍ତେ ଫଲୋ କରିଥାଆନ୍ତି। ଏକୁଟିଆ ପଫର୍ମ କରି ସେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ପାରିଥିଲେ। ଷ୍ଟେଜରେ ସପ୍ନା ସବୁବେଳେ ଶାଲଓ୍ବାର ସୁଟ୍ ପିନ୍ଧି ପଫର୍ମ କରିଥିବା ଦେଖାଯାଆନ୍ତି। ଏବେ ତାଙ୍କ ଲୁକ୍ ଅନେକ ପରିବର୍ଥନ ହୋଇଯାଇଛି। ଅନେକ ପ୍ରୋଗ୍ରାମରେ ସେ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍ ପିନ୍ଧୁଛନ୍ତି।

{"id":231606,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.