ଲାଲ୍ ରଙ୍ଗର ଘାଘରା-ଚୋଲି ପିନ୍ଧି ରେଖାଙ୍କ ଗୀତରେ ନାଚିଲେ ସପ୍ନା ଚୌଧୁରୀ, ନାଚ ଦେଖି ଫ୍ୟାନ୍ସ ଫିଦା

Published By : Prameya-News7 Bureau | June 25, 2021 IST

ମୁମ୍ବାଇ ୨୫/୦୬: ହରିୟାଣାର ନୃତ୍ୟଶିଳ୍ପୀ ତଥା ଗାୟିକା ସପ୍ନା ଚୌଧରୀଙ୍କ ନୃତ୍ୟ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଦୂରଦୂରାନ୍ତରୁ ଆସିଥାନ୍ତି । ଯେତେବେଳେ ବି ସପ୍ନା ମଞ୍ଚକୁ ଆସିଥାନ୍ତି, ସେ ଧମାକା ହିଁ କରିଥାନ୍ତି । ହରିୟାଣାରେ ତାଙ୍କ ପରି କେହି ଅନ୍ୟ ନୃତ୍ୟଶିଳ୍ପୀ ନାହାଁନ୍ତି। 'ବିଗ୍ ବସ୍' ତାଙ୍କର ଲୋକପ୍ରିୟତାକୁ ଆହୁରି ବଢାଇଥିଲା ଏବଂ ବର୍ତ୍ତମାନ ସେ ସାରା ଦେଶରେ ଜଣାଶୁଣା ।

wp:html
/wp:html

ସପ୍ନା ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେ ଫଟୋସୁଟରୁ ଆରମ୍ଭ କରି ଡ୍ୟାନ୍ସ ଭିଡିଓ ପର୍ଯ୍ୟନ୍ତ ପୋଷ୍ଟ କରିଥାନ୍ତି । ବର୍ତ୍ତମାନ ସପ୍ନା ଦିଗଜ ଅଭିନେତ୍ରୀ ରେଖାଙ୍କ ଗୀତ 'ଇନ୍ ଆଖୋଁ କି ମସ୍ତି କେ ମସ୍ତାନେ ହଜାରୋଁ ହେ' ରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ସପ୍ନା ଦର୍ପଣ ସାମ୍ନାରେ ଛିଡା ହୋଇଛନ୍ତି ଯେଉଁଠାରେ ସେ ନିଜର ମେକଅପ୍ କରନ୍ତି । ଏହି ସମୟରେ, ସେ ଏକ ଲାଲ୍ ରଙ୍ଗର ଚୁନି ସହିତ ମ୍ୟାଚିଙ୍ଗ୍ ଲେହେଙ୍ଗା ପିନ୍ଧିଛନ୍ତି । ସେ ସିଲଭର୍ ହାର, କାନଫୁଲ ଏବଂ ଚୂଡି ପିନ୍ଧିଛନ୍ତି । ଭିଡିଓ ସେୟାର କରି ସପ୍ନା ଲେଖିଛନ୍ତି - 'ତୁମ ପରି ଦିବାନା ହଜାର ହଜାର ଅଛନ୍ତି' ।

wp:html
/wp:html

ସପ୍ନାଙ୍କ ଏହି ଗ୍ଲାମରସ୍ ଅବତାରକୁ ତାଙ୍କ ଫ୍ୟାନ୍ସାନେ ବହୁତ ପସନ୍ଦ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି - 'ଅମେଜିଙ୍ଗ୍ ଲୁକ୍' । ଆଉ ଜଣେ ଲେଖିଛନ୍ତି- 'ତୁମ ପରି କେହି ନାହାଁନ୍ତି' । ଏଥି ସହିତ, ଅନେକ ୟୁଜର୍ ଫାୟର୍ ଏବଂ ହାର୍ଟ ଇମୋଟିକନ୍ ପୋଷ୍ଟ କରିଛନ୍ତି । ଏହାପୂର୍ବରୁ ସପ୍ନା ଚୌଧୁରୀ ଐଶ୍ୱର୍ଯ୍ୟା ରାୟଙ୍କ ଗୀତ 'ହମକୋ ହମି ସେ ଚୁରା ଲୋ'ରେ ନାଚୁଥିବାର ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.