ଭାଇରାଲ ହେଉଛି ସପନା ଚୌଧୁରୀଙ୍କ ନୂଆ ଗୀତର ଦମଦାର ପୋଷ୍ଟର, ଲୁଟେରାଙ୍କ ସହ ଏମିତି ନଜର ଆସିଛନ୍ତି ଡାନ୍ସର

Published By : Prameya-News7 Bureau | September 16, 2019 IST

ମୁମ୍ବାଇ୧୬|୯:  ଭୋଜପୁରୀ ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସ ଶୋ’ ପାଇଁ ପରିଚିତ। ତାଙ୍କ ଡ୍ୟାନ୍ସର ଲକ୍ଷ ଲକ୍ଷ ଦିୱାନା ଅଛନ୍ତି। ହରିଆଣାରୁ ଆରମ୍ଭ କରି ୟୁପି, ବିହାର ଯାଏଁ ତାଙ୍କ ଦେଶୀ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ୟୁଟ୍ୟୁବ୍‌ରେ ସପନାଙ୍କ ଗୀତ କିଛି କମ୍‌ ଧମାଲ କରେନି। ତାଙ୍କ ଗୀତରେ ଅଗଣିତ ଲାଇକ୍‌ କମେଣ୍ଟ ଆସେ।

{"id":158350}

ପରଦାରେ ଆସିଲା ପରେ ମଧ୍ୟ ସେ ଆଜି ବି ଡ୍ୟାନ୍ସ ଶୋରେ ନଜର ଆସୁଛନ୍ତି। ରିଆଲିଟି ଶୋ ଓ ଛୋଟ ପରଦାରେ ଅଭିନୟ କରି ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ସପନାଙ୍କ ଡ୍ୟାନ୍ସରେ କିଛି ଏମିତି ଖାସ ଅଛି ଯାହା ଲୋକଙ୍କ ମଧ୍ୟରେ ନିଆଁ ଲଗାଏ।

{"id":158351,"width":564,"height":800}

ତାଙ୍କ ଗୀତ ରିଲିଜ ହେବାକୁ ନେଇ ଲୋକେ ବେଶ ଉତ୍ସାହିତ ଥାନ୍ତି। ସେହିଭଳି ଏବେ ସପନାଙ୍କ ଗୀତ ଲୁଟେରା ରିଲିଜ ହେବା ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି। ସପନା ଚୌଧୁରୀଙ୍କ ପଂଜାବୀ ଗୀତ ଲୁଟେରା ରିଲିଜ ହେବାକୁ ଯାଉଛି। ସପନା ଚୌଧୁରୀ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଗୀତର ପୋଷ୍ଟର ସେୟାର କରିଛନ୍ତି।

{"id":158352}

ଏହା ସହ ସେ ଲେଖିଛନ୍ତି ଯେ, ସେପଟେମ୍ବର ମାସ ୨୦ ତାରିଖରେ ଲୁଟେରା ଗୀତ ରିଲିଜ ହେବ। ଲୁଟେରାର ଏହି ପୋଷ୍ଟରରେ ସପନା ଚୌଧୁରୀଙ୍କର ଏକ ନିଆରା ଅନ୍ଦାଜ ସାମ୍ନାକୁ ଆସିଛି। ଏହି ଗୀତ ଆର ନାଏତ ଗାଇବେ ଯାହା ୟୁଟ୍ୟୁବ୍‌ରେ ରିଲିଜ ହେବ।

{"id":158353}

ସପନା ଚୌଧୁରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଇନ୍‌ଷ୍ଟାଗ୍ରାମରେ ମଧ୍ୟ ସେ ନିଜର ଅନେକ ହଟ୍‌ ଫଟୋ ସେୟାର କରନ୍ତି। ଏହା ସହ ସେ ନିଜ ଫ୍ୟାନ୍ସଙ୍କ ସହ ମଧ୍ୟ ଫଟୋ ସେୟାର କରନ୍ତି। ସୂଚନାଯୋଗ୍ୟ ଯେ, ଲୁଟେରା ବ୍ୟତୀତ ସପନା ଚୌଧୁରୀଙ୍କ ଗୀତ ଶୁଟର ମଧ୍ୟ ରିଲିଜ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.