Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

28/12/2019 at 10:25 AM

ଗୁରୁଗ୍ରାମ ୨୮।୧୨: ଦୁର୍ଘଟଣାରେ ଶିକାର ହୋଇଛନ୍ତି ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। ସପିଂ କରି ସୋହନା ରୋଡରୁ ଫେରୁଥିବା ସମୟରେ ବାଟିକା ଛକରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସପନା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦୁର୍ଘଟଣା ସଂପର୍କରେ ସପନା କାହାକୁ ସୂଚନା ନ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ ଯେ ସନ୍ଧ୍ୟାରେ ସପନା କାରରେ ଡ୍ରାଇଭରଙ୍କ ସାଙ୍ଗରେ ଆସୁଥିଲେ। ପଛ ପଟୁ ତୀବ୍ର ଗତିରେ ଆସୁଥିବା ଏକ ଗାଡ଼ି ସପନାଙ୍କ ଫଚ୍ୟୁନର ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ  ଘଟଣାସ୍ଥଳରୁ ଅନ୍ୟ ଗାଡ଼ି ଚାଳକ ଫେରାର୍ ହୋଇଯାଇଥିଲା। ଫଳରେ ଗାଡ଼ିର ନମ୍ବର କି ଚାଳକର ପରିଚୟ ମିଳିପାରିନାହିଁ।

ଦୁର୍ଘଟଣାରେ ସପନାଙ୍କ ଗାଡ଼ି ଅଳ୍ପ କ୍ଷତିଗ୍ରସ୍ତ ହୋଇଛି। ବାଦଶାହପୁର ଥାନା ଅଧିକାରୀ ମୁକେଶ  କହିଛନ୍ତି କି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଯଦି ଅଭିଯୋଗ ଆସିଥାନ୍ତା ତାହେଲେ ସେମାନେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ।

ସୂଚନାଯୋଗ୍ୟ ଯେ, ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ କିଛି ଦିନ ତଳେ ବିଜେପିରେ ସାମିଲ୍ ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କେବଳ ସେତିକି ନୁହେଁ, ସପନାଙ୍କର ଡ୍ୟାନ୍ସ କରିବାର ଅନ୍ଦାଜ୍‌ ତାଙ୍କୁ ନିଆରା ପରିଚୟ ଦେଇଛି ।

   Related Posts