ସାପ କାମୁଡାରେ ଶାଳୀ- ଭିଣୋଇଙ୍କ ମୃତ୍ୟୁ: ଏକା ସାଙ୍ଗରେ ଶୋଇଥିଲେ, ଏକାସାଙ୍ଗରେ ଚାଲିଗଲେ

Published By : Prameya-News7 Bureau | July 17, 2020 IST

ଭଦ୍ରକ୧୭/୭: ସାପ କାମୁଡ଼ାରେ ଶାଳୀ-ଭିଣୋଇଙ୍କ ମୃତ୍ୟୁ। ରାତିରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ସାପ କାମୁଡ଼ିଥିଲା।ଏହା ପରେ ଘର ଲୋକେ ଉଭୟଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ। ସେମାନଙ୍କ ଅବସ୍ଥା ଗୁୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ନେବା ରାସ୍ତାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗର ଚକପୁର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ମୃତ ଶାଳୀଙ୍କ ବୟସ ୮ ବର୍ଷ ହୋଇଥିବା ବେଳେ ମୃତ ଭିଣୋଇଙ୍କ ବୟସ ୧୮ ବର୍ଷ ।ଶାଳୀ ସୋନି ଏବଂ ଭିଣୋଇ ତାପସଙ୍କ ସମେତ ପରିବାର ୬ ଜଣ ସଦସ୍ୟ ଗୋଟିଏ ଘରେ ଶୋଇଥିଲେ। ହଠାତ୍ ରାତିରେ ଗୋଟିଏ ସାପ ଆସି ଉଭୟଙ୍କୁ ଚୋଟ ମାରିଥିଲା। ସେହି ଘରେ ଶୋଇଥିବା ଅନ୍ୟ ସଦସ୍ୟମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କୁହାଯାଉଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଯିବା ରାସ୍ତାରେ ଦୁଇ ଜଣଙ୍କର ମୃତ୍ୟୁ ହେବାରୁ ସେମାନକୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଫେରାଇ ଆଣିଛନ୍ତି ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.