ସାପ କାମୁଡ଼ିଥିଲା, ଝଡ଼ାଫୁଙ୍କା କରି ବଞ୍ଚାଇ ପାରିଲେନି ମରିବା ସହଜ କରି ଦେଲେ, ବିଳମ୍ବ ହେବାରୁ ଚିକିତ୍ସା ବିଫଳ
6/08/2020 at 7:27 PM

ବୌଦ୍ଧ୬/୮: ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଶଙ୍ଗ ପାୟତ କୁମାରୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ପ୍ରଶାନ୍ତ ପ୍ରଶାନ୍ତ ମହାରଣା। ତାଙ୍କ ବୟସ ୩୫ ବର୍ଷ। ମିଳିଥିବା ସୂଚନା ମୁତାବକ, କୁମାରୀ ଗ୍ରାମର ଚତ୍ରୁଭୂଜ ମହାରଣାଙ୍କ ପୁଅ ପ୍ରଶାନ୍ତ ଗତକାଲି ରାତି ପ୍ରାୟ ୧୦ଟାରେ ଗାଁ ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିବା ସମୟରେ ଏକ ପାହାଡିଆ ଚିତି ସାପ ତାଙ୍କୁ କାମୁଡି ଦେଇଥିଲା ।
ଏହା ପରେ ଘର ଲୋକେ ଗୁଣିଆ ଡାକି ଝଡ଼ାଫୁଙ୍କା କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ବୌଦ୍ଧରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।