ସାପ କାମୁଡାରେ ଚାଲିଗଲା ସ୍ବାମୀଙ୍କ ଜୀବନ: ଘରେ ଅଛନ୍ତି ପୁଅ-ଝିଅ ସହ ସ୍ତ୍ରୀ, ସେମାନେ ଚଳିବେ କେମିତି?

Published By : Prameya-News7 Bureau | November 10, 2020 IST

ସାନଖେମୁଣ୍ଡି୧୦/୧୧: ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ। ଇଟାଭାଟ୍ଟିରେ କାମ ସାରି ଫେରିବା ବେଳେ ତାଙ୍କ ଗୋଡକୁ ସାପ କାମୁଡି ଥିଲା। ମୃତ ଯୁବକ ହେଲେ ଦର୍ନାଦନ ଲେଙ୍କା, ତାଙ୍କ ବୟସ ୩୫ ବର୍ଷ। ସାନଖେମୁଣ୍ଡି ଆଡପଡା ପଞ୍ଚାୟତ ମୋହିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଗୋଟିଏ ପୁଅ-ଝିଅ ସହ ସ୍ତ୍ରୀ ଅଛନ୍ତି। ସେମାନେ କେମିତି ଚଳିବେ, କେମିତି ରହିବେ? ଏ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି।

ସାପ କାମୁଡିବା ପରେ ଦୀର୍ଘ ୩ ଘଣ୍ଟା କାଳ ସେ ବିଲରେ ପଡି ରହିଥିଲେ। ପଡୋଶୀ ଦେଖିବା ପରେ ତାଙ୍କୁ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ ଦନାର୍ଦନଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ। ସେ ଇଟାଭାଟ୍ଟିରେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ତେଣୁ ପରିବାର ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.