ସାପ କାମୁଡାରେ ଚାଲିଗଲା ୫ ବର୍ଷ ଝିଅର ଜୀବନ: ପରିବାରରେ ପଡିଛି କାନ୍ଦ ବୋବାଳି

Published By : Prameya-News7 Bureau | October 10, 2020 IST

ସୁବର୍ଣ୍ଣପୁର୧୦/୧୦: ସାପ କାମୁଡାରେ ଚାଲିଗଲା ପାଞ୍ଚ ବର୍ଷ ଝିଅର ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୟୂରଉଡାନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ଫୁଲଚନ୍ଦନଙ୍କ ପାଞ୍ଚ ବର୍ଷର ଝିଅଙ୍କୁ ବିଷଧର ସାପ କାମୁଡି ଦେଇଥିଲା।ସୁଚନା ଅନୁସାରେ ଗତ ରାତିରେ ବାପା- ମାଆଙ୍କ ସହ ଘରେ ଶୋଇଥିବା ସମୟରେ କୁନି ଝିଅର ଗୋଡ଼କୁ ଗୋଟିଏ ବିଷଧର ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କୁନି ଝିଅର ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପରିବାର, ବନ୍ଧୁ-ବାନ୍ଧବ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.