Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ରାଗ ଶାନ୍ତ କରୁଛି ‘ରେଜ ରୁମ’ ! ଚେୟାର,ଟେବୁଲ, କମ୍ପ୍ୟୁଟର ଭାଙ୍ଗିବାକୁ ମିଳୁଛି ଭରପୁର ସ୍ୱାଚ୍ଛନ୍ଦ୍ୟ

25/02/2021 at 6:13 PM

ସାଓପାଓଲୋ: ବେଳେ ବେଳେ କ୍ରୋଧ ସୀମା ପାର କରିଯାଏ। ଲୋକେ ଘରେ ଭଙ୍ଗାରୁଜା କରିପକାନ୍ତି। ହେଲେ ଏବେ ଏଥିଲାଗି ଆଉ ଘରେ ଭଙ୍ଗାରୁଜା ନ କରି ସିଧା ‘ରେଜ୍ ରୁମ’କୁ ଯାଆନ୍ତୁ। ମନରେ ଥିବା ସମସ୍ତ ଗ୍ଲାନି ଦୂର କରିବା ସହ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ ଟେବୁଲ,ଚେୟାର, କମ୍ପ୍ୟୁଟର ଭାଙ୍ଗନ୍ତୁ ଓ ମନ ଥଣ୍ଡା କରି ଘରକୁ ଫେରନ୍ତୁ। ଯେଉଁଠି ଆପଣ ରାଗିଥିଲେ ବୋଲି କେହି ଜାଣିବି ପାରିବେନି।

କୋଭିଡ-୧୯ ମହାମାରୀ ସାରା ବିଶ୍ୱର ପରିଦୃଶ୍ୟ ବଦଳାଇଦେଇଛି। ଦିନ ଦିନ ଲକଡାଉନ ଲୋକେ ବୃତ୍ତି ହରାଇଛନ୍ତି। ଯେଉଁକିଛି ଲୋକଙ୍କ ଦାନାପାଣି ସୁରକ୍ଷିତ ଅଛି ତାହାବି ଅଶାନ୍ତି ମଧ୍ୟରେ ଗତି କରୁଛି। ଏଥିରେ ମାନସିକ ଉତ୍ତେଜନା ଏକ ସ୍ୱଭାବିକ କଥା। ବେପାର, କାର୍ଯ୍ୟାଳୟ, ରାଜନୀତିକୁ ନେଇ ଅସନ୍ତୁଷ୍ଟ ଲୋକେ ସେମାନଙ୍କ ଆକ୍ରୋଶ ଘରେ ସ୍ତ୍ରୀ, ପିଲା ଓ ଘରର ଉପକରଣ ଉପରେ ସୁଝାଉଛନ୍ତି। ଏଥିରେ ଲୋକଙ୍କୁ ଆଶ୍ୱସ୍ତ କରିବା ଲାଗି ବ୍ରାଜିଲ ସାଓ ପାଓଲୋ ସହର ବାହାରେ ୱାଣ୍ଡର ଲୋଇ ରୋଡ୍ରିଗସ୍‌ ରେଜ ରୁମ ବା କ୍ରୋଧ କୋଠରୀ ସ୍ଥାପନା କରିଛନ୍ତି।

ଲୋକେ ଏଠାକୁ ଆସି କିଛି ଅର୍ଥ ବିନିମୟରେ ହାତୁଡିରେ ମେସିନ, କାଚ ଫର୍ଣ୍ଣିଚର ଆଦି ଭାଙ୍ଗି ମନ ଶାନ୍ତ କରିବା ପରେ ଘରକୁ ଫେରୁଛନ୍ତି। ଅନେକ ଲୋକେ ଅଛନ୍ତି ଯେଉଁମାନେ ନିଜ ମନର ଅସନ୍ତୋଷ ବାହାର କରିପାରନ୍ତିନି। ସେମାନଙ୍କ ଲାଗି ମଧ୍ୟ ରେଜ ରୁମରେ ବ୍ୟବସ୍ଥା ରହିଛି। ସେମାନଙ୍କୁ ନିଜର ଆକ୍ରୋଶ ବଖାଣିବା ଲାଗି ରଙ୍ଗ, ତୁଳି, କଲମ, ପେନସିଲ ଆଦି ରଖା ଯାଇଛି।

ଯେଉଁଲୋକେ ରାଗିଲେ ଭଙ୍ଗାତୁଟା କରିନପାରନ୍ତି ସେମାନେ ରାଗିଥିବା ଲୋକଙ୍କ ବିରୋଧରେ କାନ୍ଥବାଡ଼ରେ ଲେଖି ମନ ଶାନ୍ତ କରାଇଥାନ୍ତି। ଏଥିରେ ଲୋକେ ପୂର୍ବତନ ପତ୍ନୀ, ପତି ପ୍ରେମିକ ଓ ପ୍ରେମିକଙ୍କ ବିରୋଧରେ ମନ ଇଛା ଲେଖାଲେଖା କରୁଥିବାର ମଧ୍ୟ କାନ୍ଥବାଡରୁ ସ୍ପଷ୍ଟ ବାରିହୋଇପଡୁଛି।

ସାରା ବିଶ୍ୱ ଏବେ ଏକପ୍ରକାର ଅଶାନ୍ତ ହୋଇପଡିଛି। ଲୋକେ ବିଷାଦଗ୍ରସ୍ତ ହେଉଛନ୍ତି। ଏଥିରେ ରୋଡ୍ରିଗସଙ୍କ ରେଜ ରୁମ ଲୋକଙ୍କ ବେଶ କାମରେ ଆସୁଛି। ହୁଏତ ଏଥିଲାଗି କେହି କାହାକୁ ହତ୍ୟା ଅଥବା ନିଜେ ଆତ୍ମହତ୍ୟା କରିବା ଲାଗି ନିଷ୍ପତ୍ତିରୁ କ୍ଷାନ୍ତ ହେବେ ବୋଲି ଆଶା କରୁଛନ୍ତି ରୋଡ୍ରିଗସ୍ ।  

   Related Posts