Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ସୋଆ ଏବଂ ଇସ୍ରୋ ପକ୍ଷରୁ ବିକ୍ରମ ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମ ଆୟୋଜିତ

17/11/2019 at 9:32 PM

ଭୁବନେଶ୍ୱର, ୧୭/୧୧ – ଯେତେବେଳେ ଆମେ ସାଟେଲାଇଟ୍ ମାଧ୍ୟମରେ ଘରେ ଘରେ ଟିଭି ଦେଖୁଛୁ କିମ୍ବା ସକାଳୁ
ସକାଳୁ ବାତ୍ୟା ସମ୍ପର୍କିତ ସୂଚନା ପାଣିପାଗ ବିଭାଗ ଅଧିକାରୀଙ୍କ ପାଖରୁ ପାଉଛୁ ସେତେବେଳେ ଇସ୍ରୋକୁ ମନେ
ପକାଇବାକୁ ପଡ଼ିବ। ଇସ୍ରୋ ଅର୍ଥାତ୍ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଭାରତର ଜୀବନଧାରାରେ ଏକ ବଡ଼ ପରିବର୍ତନ ଆଣିଥିବା ବେଳେ ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଅନେକ ପ୍ରଭାବ ପକାଉଛି। ତେବେ ଅନେକ ଲୋକଙ୍କର ଏ ନେଇ ଧାରଣା ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ।

ଇସ୍ରୋ ବୈଜ୍ଞାନିକମାନେ ମୁଖ୍ୟତଃ ଗ୍ରହ ଉପଗ୍ରହ ସମ୍ପର୍କରେ ଗବେଷଣା ଏବଂ ରକେଟ ପ୍ରସ୍ତୁତ କରିବାରେ ବ୍ୟସ୍ତ
ରହୁଥିବା ବେଳେ ସେମାନେ ସମୟ ବାହାର କରି କୃତ୍ରିମ ମଣିଷ ହୃଦୟ ପ୍ରସ୍ତୁତ କରିବା କାର୍ଯ୍ୟରେ ମଧ୍ୟ ନିଜକୁ
ବିନିଯୋଗ କରିଛନ୍ତି।

ଇସ୍ରୋର କାର୍ଯ୍ୟଧାରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଇସ୍ରୋର ପିତା ତଥା ପ୍ରାଣକର୍ତା ବୁଲାଉଥିବା ବିକ୍ରମ
ଅମ୍ବାଲା ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସଟି)ରେ ଚାରି ଦିନିଆ
କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୋଆ ଏବଂ ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ୍ ସ୍ପେସ୍ ସେଂଟର ସାର୍, ଇସ୍ରୋର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଦୁରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମହାକାଶ ବିଜ୍ଞାନକୁ ସ୍କୁଲ୍ ଏବଂ କଲେଜମାନଙ୍କରେ ଅଧିକ ପ୍ରଚାରପ୍ରସାର କରିବା ପାଇଁ ସାରା ଦେଶର ୧୦୦ଟି ସହରରେ ବିକ୍ରମ ସରାଭାଇଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି।

ସୋଆ ଠାରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ଏମ୍.ପି.ବିର୍ଲା ପ୍ଲାନେଟରିୟମ୍ର
ନିର୍ଦ୍ଦେଶକ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ପ୍ରଫେସର ଦେବପ୍ରସାଦ ଦୁଆରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା
ବେଳେ ସତୀଶ ଧବନ୍ ସ୍ପେସ୍ ସେଂଟର, ସାର, ଇସ୍ରୋର ନିର୍ଦ୍ଦେଶକ ଶ୍ରୀ ଏ. ରାଜାରାଜନ୍, ବିକ୍ରମ ସରାଭାଇ ଶତବାର୍ଷିକୀ
ପାଳନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଶ୍ରୀ ଭି. କୁମ୍ବକର୍ନନ୍ ଏବଂ କାର୍ଯ୍ୟକ୍ରମର ଭୁବନେଶ୍ୱର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଅଜିତ୍
କୁମାର ନାଥ ନିଜର ବକ୍ତବ୍ୟ ରଖିଥିଲେ। ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା
କରିଥିଲେ।

କ୍ରମ ସରାଭାଇଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକ ଯିଏକି ୧୯୬୦ ମସିହାରେ ମହାକାଶ ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାରଙ୍କୁ ବେଶ ସଫଳତାର ସହ ମନାଇ ପାରିଥିଲେ ତାଙ୍କ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମ ଅବସରରେ ଯୋଗ ଦେଇଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇ ଥିଲା। ମହାକାଶ ଗବେଷଣା କାର୍ଯ୍ୟକ୍ରମର ମୁଳଦୂଆ ପକାଇବା ପରେ ଆରବ ମହାସାଗର ଉପକୂଳରେ ଥିରୁଅନନ୍ତପୁରମ ସ୍ଥିତ ଥୁମ୍ବାରେ ରକେଟ ଲଂଚିଙ୍ଗ ସେଂଟରକୁ ଚିହ୍ନଟ କରିଥିଲେ। ପ୍ରଫେସର ସରାଭାଇଙ୍କ ସମ୍ପର୍କରେ ପ୍ରଫେସର ଦୁଆରି କହିଥିଲେ ସେ ଏଭଳି ଜଣେ ଦୁରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକ ଥିଲେ ଯିଏକି ନୂତନ ଭାରତର ଗଠନରେ ପ୍ରମୁଖ ଭୂମିକା ନେଇଥିଲେ। ସେ କହିଥିଲେ ଯେ ନାସା ବୈଜ୍ଞାନିକ ମାନଙ୍କଠାରୁ ଶୁଣିଛନ୍ତି ଯେ ଗତ ୭୦ ବର୍ଷ ଭିତରେ ବିଜ୍ଞାନ କ୍ଷେତ୍ରରେ ଭାରତ ଯେଉଁ ସଫଳତା ପାଇଛି ତାହା ଅନ୍ୟ ଦେଶ ସହିତ ତୂଳନା କରାଯାଇପାରିବ ନାହିଁ।

ତେବେ ଏହାକୁ ଆଗକୁ ନେବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଏହାର ଦାୟିତ୍ୱ ନେବାକୁ ପଡ଼ିବ ବୋଲି ପ୍ରଫସର ଦୁଆରି
କହିଥିଲେ। ପ୍ରଫେସର ରାଜାରାଜନ କହିଥିଲେ ଯେ ଇସ୍ରୋର ବୈଜ୍ଞାନିକମାନଙ୍କର ମହାକାଶ ଗବେଷଣା କାର୍ଯ୍ୟକ୍ରମ ଯୋଗୁଁ ହିଁ ବାତ୍ୟା ସମ୍ପର୍କିତ ଆଗୁଆ ସୂଚନା ସାଟେଲାଇଟ୍ ଯୋଗେ ମିଳି ପାରୁଛି ଏବଂ ଏହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇପାରୁଛି। ପ୍ରଫେସର ବାନାର୍ଜୀ ପ୍ରଫେସର ସରାଭାଇଙ୍କ ସମ୍ପର୍କରେ କହିଥିଲେ ଯେ ସେ ଏଭଳି ଜଣେ ଦୁରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକ ଥିଲେ ଯିଏକି ଦେଶର ମହାକାଶ ଗବେଷଣା କାର୍ଯ୍ୟକ୍ରମକୁ ଅନେକ ଉଚ୍ଚକୁ ନେଇପାରିଥିଲେ। ସେ ଏକ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଅନେକ ଅନୁଷ୍ଠାନ ଯେପରିକି ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରୀ, ଦର୍ପନ୍ ଏକାଡେମି ଅଫ୍ ପରଫର୍ମିଙ୍ଗ୍ ଆର୍ଟସ୍ ଭଳି ଅନୁଷ୍ଠାନ ଗଢ଼ିବାରେ ପ୍ରଚେଷ୍ଟା କରିଥିଲେ।


ଏହି ଚାରିଦିନିଆ କାର୍ଯ୍ୟକ୍ରମ ଅବସରରେ ବକ୍ତୃତା, ରଚନା, ଚିତ୍ରାଙ୍କନ, କୁଇଜ୍ ଏବଂ ଅଭିନବ ଡିଜାଇନ୍ ପ୍ରତିଯୋଗିତା
ଆୟୋଜନ କରାଯାଇଛି। ଏକ ମୋବାଇଲ ବିଜ୍ଞାନ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି।

   Related Posts